ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଏମଏମଡିଆର ଆଇନ-୨୦୨୬ ର ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପ୍ରଭୃତି ଦାବି ନେଇ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଏବଂ ଇଣ୍ଡିଆ ବ୍ଲକର ରାଜନୈତି ଦଳ ମାନଙ୍କ ପକ୍ଷରୁ ଏକ ଜିଲ୍ଳାସ୍ତରୀୟ ପ୍ରତିବାଦ ମଶାଲ ଯାତ୍ରା ବାଇକ ଯୋଗେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଡିସିସି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ସନ୍ଧ୍ୟା 6 ଟାରେ ଦୁଇଗୋଟି ବିଶାଳ ମଶାଲ ବାଇକ ଯାତ୍ରା କଂଗ୍ରେସ ଭବନଠାରୁ ବାହାରି ଥିଲା l ପ୍ରଥମ ମଶାଲ ଯାତ୍ରା କଂଗ୍ରେସ ଭବନଠାରୁ ବାହାରି ବାଣୀ ବିହାର, ରସୁଲଗଡ, ବମିଖାଲ, କଳ୍ପନା, ରବି ଟକିଜ, ସାଉଁତାରାପୁର, ମାଉସୀ ମା ଛକ, ରାଜମହଲ ଛକରୁ କଂଗ୍ରେସ ଭବନ ପହଞ୍ଚିଥିଲା l ପୁଣି ସେହି ସମୟରେ ଅନ୍ୟ ମଶାଲ ଯାତ୍ରା କଂଗ୍ରେସ ଭବନଠାରୁ ବାହାରି ନବୀନ ନିବାସ, ପୋଖରୀପୁଟ, ଖଣ୍ଡଗିରି, ସିଆରପି, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ, କଂଗ୍ରେସ ଭବନଠାରେ ପହଞ୍ଚିଥିଲା। ଏହି ଦ୍ୱେତ କାର୍ଯ୍ୟକ୍ରମରେ ଇଣ୍ଡିଆ ବ୍ଲକ ରାଜନୈତିକ ଦଳର ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ମହେନ୍ଦ୍ର ପରିଡ଼ା, ସୁରେଶ ପାଣିଗ୍ରାହୀ, ପ୍ରଦୀପ ପ୍ରଧାନ, ସୁର ଜେନା, ଜୟନ୍ତ ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା, ବିକ୍ରମ ସ୍ୱାଇଁ, ହେମନ୍ତ କୁମାର, ରମାକାନ୍ତ ହାତୀ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଲିଙ୍ଗରାଜ ସାହୁ, ଅଜୟ ମହାପାତ୍ର, ସୂର୍ଯ୍ୟକାନ୍ତ ଜେନା, ପ୍ରଶାନ୍ତ ଚମ୍ପତ୍ତି, ଦେବୀ ପ୍ରସାଦ ସ୍ୱାଇଁ, ସଂଜୟ ମିଶ୍ର, ଆତ୍ମାରାମ ପତି, ପ୍ରଭାତ ପ୍ରତାପ ସିଂ, ମଣ୍ଟୁ ମଲ୍ଲିକ, ଶିବ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇଥିଲେ ।










