33.1 C
Bhubaneswar
Monday, October 5, 2026
Homeଓଡିଶାଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା: ବିରଂଚି ନାରାୟଣ

ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା: ବିରଂଚି ନାରାୟଣ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉଚ୍ଛ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜ୍ୟର ଯୁବ ଓ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି । ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମଗ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜ ପକ୍ଷରୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଗତ ଆଠ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିବା ଦ୍ୱାରା କ୍ୟାମ୍ପସଗୁଡ଼ିକରେ ନେତୃତ୍ୱ ବିକାଶର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଚଳିତ ବର୍ଷର ନିର୍ବାଚନ ଦ୍ୱାରା ଛାତ୍ରମାନଙ୍କର ଗଣତାନ୍ତ୍ରିକ ଚେତନା ଜାଗ୍ରତ ହେବ, କ୍ୟାମ୍ପସଗୁଡ଼ିକରେ ପାଠପଢ଼ା ସହ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ଏବଂ ଛାତ୍ର ନେତୃତ୍ୱର ସୃଷ୍ଟି ହୋଇପାରିବ । ଦୀର୍ଘ ୮ ବର୍ଷ ପରେ ଓଡିଶାର ଛାତ୍ରଛ୍ରାୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ମିଳିଛି । କଥା ଦେଇ କଥା ରଖିବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଗତ ଦିନରେ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଛାତ୍ରସଂସଦ ନିର୍ବାଚନ ପୁନଃ ପ୍ରତିଷ୍ଠା କରିବା ପାଇଁ ସେ ଦେଇଥିବା କଥାକୁ ଆଜି ସାକାର କରିଛନ୍ତି । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା ହେଲା ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।ପୂର୍ବତନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଇଥିବା ବେଳେ ଏବେ ନିର୍ବାଚନ ଘୋଷଣା ହେବା ପରେ ବିରୋଧୀ ଦଳଗୁଡ଼ିକ ଭୟଭୀତ ହୋଇ ମିଥ୍ୟା ସ୍ପଷ୍ଟୀକରଣ ଦେଉଛନ୍ତି । ଲିଙ୍ଗଡୋ କମିଶନଙ୍କ ମାର୍ଗଦର୍ଶିକା ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଅତ୍ୟନ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ଏହି ନିର୍ବାଚନ ସମ୍ପନ୍ନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking