33.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶସମୁଦ୍ରରେ ଭାସିଗଲେ ୩ ନବମ ଶ୍ରେଣୀ ଛାତ୍ର

ସମୁଦ୍ରରେ ଭାସିଗଲେ ୩ ନବମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଛୁଟିରେ ବୁଲିବାକୁ ଯାଇଥିବା ବେଳେ ସମୁଦ୍ରରେ ଭାସିଯାଇ ୩ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରୁଷିକୋଣ୍ଡା ବେଳାଭୂମି ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ଛାତ୍ରମାନେ ମଧୁରୱାଡା ଅଞ୍ଚଳର ପିଲ୍ଲା ପ୍ରଶାନ୍ତ, ସତ୍ତାରୁଭୁ ସୂର୍ଯ୍ୟପ୍ରକାଶ ଓ ସବବାବରପୁ ରିତେଶ। ସମସ୍ତଙ୍କ ବୟସ ପ୍ରାୟ ୧୪ ବର୍ଷ ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ମଧୁରୱାଡାର ଏକ ବେସରକାରୀ ସ୍କୁଲରେ ପଢ଼ୁଥିବା ୬ ଜଣ ସାଙ୍ଗ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ରୁଷିକୋଣ୍ଡା ନିକଟସ୍ଥ ଭୀମିଲି ବିଚ୍ ରୋଡ୍‌ରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ସମୁଦ୍ରରେ ଗାଧୋଇବାକୁ ଓହ୍ଲାଇଥିଲେ। ଅନ୍ୟ ୨ ଜଣ କୂଳରେ ରହିଥିଲେ ।

ସମୁଦ୍ରରେ ଗୋଡ଼ ବୁଡ଼ୁଥିବା ପାଣିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ ବିଶାଳ ଲହଡ଼ି ଆସି ୪ ଜଣଙ୍କୁ ଟାଣି ନେଇଥିଲା । ସେମାନଙ୍କ ମଧ୍ୟରୁ ହେମନ୍ତ ନାମକ ଜଣେ ଛାତ୍ର କୌଣସିମତେ କୂଳକୁ ଫେରିଆସିଥିଲେ। ତେବେ ପ୍ରଶାନ୍ତ, ସୂର୍ଯ୍ୟପ୍ରକାଶ ଓ ରିତେଶ ଗଭୀର ସମୁଦ୍ରକୁ ଭାସିଯାଇଥିଲେ ।ଘଟଣାର ଖବର ପାଇବା ପରେ ବିଶାଖାପାଟଣା ସିଟି ପୁଲିସ କମିଶନର ଶଙ୍ଖବ୍ରତ ବାଗଚୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନର ସମୀକ୍ଷା କରିଥିଲେ। ପରେ ଭାରତୀୟ କୋଷ୍ଟଗାର୍ଡର ହେଲିକପ୍ଟର, ମେରାଇନ୍ ପୁଲିସ, ସ୍ଥାନୀୟ ପୁଲିସ, ଲାଇଫଗାର୍ଡ ଓ ମତ୍ସ୍ୟଜୀବୀମାନଙ୍କୁ ନେଇ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।ଦୀର୍ଘ ସମୟର ତଲାସି ପରେ ଗୁରୁବାର ସନ୍ଧ୍ୟାରେ ପ୍ରଶାନ୍ତଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା । ଏହାପରେ ଶୁକ୍ରବାର ସକାଳେ ସୂର୍ଯ୍ୟପ୍ରକାଶ ଓ ରିତେଶଙ୍କ ମୃତଦେହ ମଧ୍ୟ ସମୁଦ୍ରକୂଳକୁ ଭାସିଆସିଥିଲା । ଏହି ଘଟଣା ପରେ ମଧୁରୱାଡା ସମେତ ବିଶାଖାପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏକାଠି ବୁଲିବାକୁ ଯାଇଥିବା ୬ ସାଙ୍ଗଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟଣା ପରିବାରବର୍ଗ ଓ ସ୍ଥାନୀୟ ଲୋକଙ୍କୁ ଗଭୀର ଭାବେ ମର୍ମାହତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking