33.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶମୁମ୍ବାଇ ପରେ ଦିଲ୍ଲୀ ଜନ୍ତର-ମନ୍ତରରେ ଗର୍ଜନ କରିବ ସିଜେପି

ମୁମ୍ବାଇ ପରେ ଦିଲ୍ଲୀ ଜନ୍ତର-ମନ୍ତରରେ ଗର୍ଜନ କରିବ ସିଜେପି

ନୂଆଦିଲ୍ଲୀ: ମୁମ୍ବାଇ ପରେ ଏବେ ଦିଲ୍ଲୀ ଜନ୍ତର-ମନ୍ତରରେ ପ୍ରଦର୍ଶନ ପାଇଁ ବଡ଼ ଘୋଷଣା କରିଛି ‘କକ୍ରୋଚ୍ ଜନତା ପାର୍ଟି’ । ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି ।କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ସିଇସି ଇସ୍ତଫା ନ ଦିଅନ୍ତି, ତେବେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ସମଗ୍ର ଦେଶରୁ କର୍ମୀମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ମାର୍ଚ୍ଚ କରିବେ । ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ଲକ୍ଷ୍ନୌ ଏବଂ ପାଟନା ସମେତ ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗରେ ବ୍ୟାପକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ଏବଂ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।ଗତକାଲି ପ୍ରଦର୍ଶନ ସମୟରେ ଦିଲ୍ଲୀରେ ୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ହେପାଜତକୁ ନେଇଥିଲା । ତଥାପି, ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଗାନ୍ଧୀଜୀଙ୍କ ଅହିଂସା ମାର୍ଗକୁ ଆପଣାଇ ସେମାନଙ୍କର ଏହି ଲଢ଼େଇ ଜାରି ରହିବ । ସିଜେପି ଚେତାବନୀ ଦେଇଛି ଯେ, ଯଦି ପୋଲିସ ସେମାନଙ୍କୁ ଅଟକାଏ, ତେବେ ଯେଉଁଠାରେ ଅଟକାଇବ, ସେହି ସ୍ଥାନ ହିଁ ସେମାନଙ୍କର ‘ଜନ୍ତର-ମନ୍ତର’ ପାଲଟିବ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଏବେ ତୀବ୍ରତର ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking