34.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶଆପ୍‌ ଛାଡ଼ି କଂଗ୍ରେସରେ ଯୋଗଦେଲେ ପ୍ରିୟଙ୍କା କକ୍କର

ଆପ୍‌ ଛାଡ଼ି କଂଗ୍ରେସରେ ଯୋଗଦେଲେ ପ୍ରିୟଙ୍କା କକ୍କର

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିକୁ ବଡ଼ ଝଟକା । ଦଳର ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗଦେଇଛନ୍ତି । ଶୁକ୍ରବାର ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଥିବା ଦଳ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା କକ୍କରଙ୍କ ଦଳରେ ଯୋଗଦାନର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ତାଙ୍କ ସହ ରଜତ ରାକେଶ ଟଣ୍ଡନ ଏବଂ ପୂର୍ବତନ ବିଧାୟକ ଶ୍ୟାମ ସୁନ୍ଦର ଶର୍ମା ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି ।କଂଗ୍ରେସରେ ଯୋଗଦେବା ପରେ ପ୍ରିୟଙ୍କା କକ୍କର କହିଛନ୍ତି ଯେ, ସେ ପିଲାଦିନରୁ ଯେଉଁ ଦିଲ୍ଲୀରେ ବଢ଼ିଛନ୍ତି, ସେହି ଦିଲ୍ଲୀକୁ ପୁଣି ଫେରି ପାଇବାକୁ ଚାହୁଛନ୍ତି । ସେ ଏକ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଏବଂ ସୁରକ୍ଷିତ ଦିଲ୍ଲୀ ଚାହୁଁଥିବା କହିଛନ୍ତି । ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ରାଜନୀତିରେ ତାଙ୍କର ୧୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ତାଙ୍କ ମତରେ, ଦିଲ୍ଲୀକୁ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଓ ସୁରକ୍ଷିତ କରିବାରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ।

ଏହି ଅବସରରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ରାହୁଲ ଗାନ୍ଧୀ ସତ୍ୟତାକୁ ଗୁରୁତ୍ୱ ଦିଅନ୍ତି ଏବଂ ତାଙ୍କୁ ଦୁର୍ବଳ କରିବା ପାଇଁ ବିଭିନ୍ନ ପ୍ରୟାସ ସତ୍ତ୍ୱେ ସେ ଓ କଂଗ୍ରେସ ଦଳ ସ୍ଥିର ରହିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଦଳ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସର ବିଚାରଧାରାରେ ପ୍ରଭାବିତ ହୋଇ ଏଏପି ନେତା ପ୍ରିୟଙ୍କା କକ୍କର ଦଳରେ ଯୋଗ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking