ନୂଆଦିଲ୍ଲୀ : ଦେଶରେ ଅନ୍ୟାୟ ଏବଂ ଅଧିକାର ଲଢ଼େଇକୁ ଏକାଠି କରିବା ପାଇଁ ରାହୁଲ ଗାନ୍ଧୀ ଆଣିଛନ୍ତି ଏକ ନୂଆ ପଦକ୍ଷେପ। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁଭାରମ୍ଭ କରିଛନ୍ତି ‘ସତ୍ୟାଗ୍ରହ’ ନାମକ ଏକ ନୂଆ ମଞ୍ଚ। ବିରୋଧୀ ଦଳର ନେତା ଭାବେ ସଂସଦରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଏହି ସବୁ ଆନ୍ଦୋଳନକୁ ସଂଗଠିତ କରିବାରେ ସାହାଯ୍ୟ କରିବେ ବୋଲି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ଦେଶର ରାଜନୀତିକୁ କିପରି ପ୍ରଭାବିତ କରୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।










