27.1 C
Bhubaneswar
Monday, September 28, 2026
Homeଓଡିଶାଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମକୋର୍ଟରେ ନିଶ୍ଚୟ କାଟ ଖାଇବ: ନରସିଂହ

ଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମକୋର୍ଟରେ ନିଶ୍ଚୟ କାଟ ଖାଇବ: ନରସିଂହ

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । କାରଣ ସେଇ ଅଧିକାର ରାଜ୍ୟ ସରକାରଙ୍କ ନ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ମୁଁ ଆଇନମନ୍ତ୍ରୀ ଥିଲି । ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ । ବିଲ ଅନୁସାରେ ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ l ଖଣିଜ ଭରା ଜମି ଉପରେ । ବିଲର ମୂଳ ଅଂଶ ଥିଲା ଏହା । ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା, ଯେଉଁ ଜମି ତଳେ ଖଣି ଅଛି ତା ଉପରେ ଟ୍ୟାକ୍ସ ନିଆଯିବ । ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା । ପରେ 15.1.2004 ରେ ସୁପ୍ରିମକୋର୍ଟ ରାୟ ଦେଲେ ରାଜ୍ୟ ସରକାରଙ୍କ ଜମି ଉପରେ ଅଧିକାର ଅଛି ବୋଲି । ସେଇ ଅଧିକାର ଆମକୁ ମିଳିବା କଥା କିନ୍ତୁ ମିଳିଲା ନାହିଁ । ବର୍ତ୍ତମାନ ସୁପ୍ରିମ କୋର୍ଟ କହିଛନ୍ତି, ଯଦି ସେଇ ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ 12 ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ । ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ 17 ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ । ଏଵେ ପୁଣି ଏକ ନୂତନ ରାୟ ପ୍ରକାଶ ପାଇଛି ଯେ ମିନେରାଲ ବିୟରିଂ ଲ୍ୟାଣ୍ଡ ଉପରେ ସରକାର ଟିକସ୍ ପକାଇ ପାରିବ, ଯେଉଁ ଦିନଠୁ ଦାବି ହୋଇଥିଲା, ସେଇ ଦିନଠାରୁ ହିସାବ ହୋଇ କେନ୍ଦ୍ର ରାଜ୍ୟକୁ ଦେବା କଥା । କେନ୍ଦ୍ର ସୁପ୍ରିମକୋର୍ଟକୁ କହିଲେ ଯଦି ଏକାଥରକେ ଏତେ ଅର୍ଥ ଦିଆଯିବ, ତେବେ କେନ୍ଦ୍ର ଦେବାଳିଆ ହୋଇଯିବ ଏବଂ ଆମେ ଏକସାଥିରେ ଏତେ ଟଙ୍କା ଦେଇ ପାରିବୁ ନାହିଁ । ଏବଂ କେନ୍ଦ୍ର ସରକାର କିସ୍ତି ଆକାରେ ଅର୍ଥପ୍ରଦାନ କରିବାକୁ ସୁପ୍ରିମ କୋର୍ଟଙ୍କ ନିକଟରେ ପ୍ରାର୍ଥନା କଲେ, ଯାହା ସୁପ୍ରିମକୋର୍ଟ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ଟିକସ୍ ଦେବା କଥା ରାଜ୍ୟ ମାଗିବା କଥା, କିନ୍ତୁ ରାଜ୍ୟ ମାଗିଲା ନାହିଁ କିମ୍ବା କେନ୍ଦ୍ର ଦେଲା ନାହିଁ । ଫଳରେ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଲା । ତେବେ ଏମଏମଡିଆର-26 ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ, ଏଥିରେ ସନ୍ଦେହ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking