34.1 C
Bhubaneswar
Saturday, October 3, 2026
Homeଓଡିଶାବାରହା ଆକ୍ରମଣରେ ଯୁବକ ଗୁରୁତର

ବାରହା ଆକ୍ରମଣରେ ଯୁବକ ଗୁରୁତର

ଦେବଗଡ: ଦେବଗଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନର କୁରଡପଶି ଗାଁରେ ବାରହା ପଶି ଆତଙ୍କ ସୃଷ୍ଟି କରିଛି । ସକାଳୁ ସକାଳୁ ଜଣେ ଗ୍ରାମବାସୀଙ୍କୁ ଆକ୍ରମଣ କରିଛି ବାରହା । ସକାଳୁ ନଦୀକୁ ଯାଉଥିବା ବେଳେ ବାରହା ଆକ୍ରମଣରେ ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ ବ୍ୟକ୍ତି । ଆହତ ବ୍ୟକ୍ତି ଜଣକ ସେହି ଗାଁର କଷ୍ଟୁ ସାହୁ । ଆଜି ଭୋରରୁ ଶୌଚ ପାଇଁ ଯାଉଥିବା ବେଳେ ବାରହା ଆକ୍ରମଣକରିଛି । ଘଟଣା ଘଟିବା ପରେ ଗାଁ ଲୋକେ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ପାଇଁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଅନେକ ଲୋକ ହାତୀ ଆକ୍ରମଣର ଶିକାର ହୋଇଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ବି ହୋଇଥିଲା । ଆଜି ବାରହା ଆକ୍ରମଣରେ ଜଣେ ଗୁରୁତର ଆହତ ହେବା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ବନ ବିଭାଗ ସହଯୋଗ କରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking