ଭୁବନେଶ୍ୱର: କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀଙ୍କ ପାଇଁ ବଡ ଖବର । ଅକ୍ଟୋବର ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନଲାଇନ ଆବେଦନ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ତାରିଖ ଯାଏଁ ହେବ କାର୍ତ୍ତିକ ବ୍ରତ । ଏଣୁ ଆଗାମୀ ୬ ତାରିଖ ସକାଳ ୧୦ଟାରୁ ଧାର୍ଯ୍ୟ ୨ ହଜାର ୫ଶହ ଆସନ ପୂରଣ ହେବା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିବ । ବୃନ୍ଦାବତୀ ନିବାସ ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ । ଏହି ୩ଟି ସ୍ଥାନରେ ୨ ହଜାର ୫ ଶହ ହବିଷ୍ୟାଳୀଙ୍କ ପାଇଁ ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଏବଂ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ । ୩୦ଟି ଜିଲ୍ଲାରୁ ଆବେଦନ କରିପାରିବେ ଯୋଗ୍ୟ ମହିଳା । ୭୦ ବର୍ଷ ଯାଏଁ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତା ମହିଳା ଆବେଦନ କରିପାରିବେ । ଯୋଗ୍ୟ ମହିଳାମାନେ edistrict.odisha.gov.in ଏହି ୱେବସାଇଟରେ ଆବେଦନ କରିପାରିବେ । ଏଥର ନୂଆ ଆବେଦନକାରୀଙ୍କୁ ମିଳିବ ପ୍ରାଧାନ୍ୟ ।










