ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ପାଇଲଟ କ୍ୟାପ୍ଟେନ ସ୍ମିଥ ମଚ୍ଛାର । କେବଳ କଥା ନୁହେଁ, ସେ ଦିନର ଭୟଙ୍କର ଘଟଣା କିପରି ଥିଲା ତାହା ମଧ୍ୟ ପଚାରିଥିଲେ । ଶୁକ୍ରବାର ଭିଡିଓ କଲ ଯୋଗେ ଭାରତର ସାହସୀ ପାଇଲଟ କ୍ୟାପ୍ଟେନ ସ୍ମିଥ ମାଚ୍ଛରଙ୍କ ସହ କଥା ହୋଇ ତାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାଟି ଘଟିଥିବା ବେଳେ ସେ କିପରି ନିଜକୁ ଦୃଢ ରଖିଥିଲେ ଏବଂ ସେତେବଳର ଅଭିଜ୍ଞତା କିପରି ଥିଲା, ଏତେ ସାହସ କେଉଁଠୁ ଆସିଲା ସେନେଇ ପ୍ରଧାନମନ୍ତ୍ରୀ ବିସ୍ତ୍ରୃତ ଭାବେ ପଚାରିବାରୁ ସ୍ମିଥ କହିଥିଲେ ଯେ, ସେହି ମୂହୂର୍ତ୍ତରେ ସେ ହନୁମାନ ଚାଳିଶା ପାଠ କରିଥିଲୋ ।କିଛି ବିବାଧା ଆସିଲେ ମୁଁ ହନୁମାନ ଚାଳିଶା ପାଠ କରେ । ଆଉ ସେଠାରୁ ବଞ୍ଚିତ ହୁଏ । ସ୍ମିଥ ଆହୁରି ଭାବପ୍ରବଣ ହୋଇ ମୋଦୀଙ୍କୁ କହିଛନ୍ତି , ମୁଁ ଆପଣଙ୍କର ସବୁଠାରୁ ବଡ ଆଦର୍ଶ । ଆପଣଙ୍କ ସହ କଥା ହେବା ମୋ ପାଇଁ ସ୍ୱତନ୍ତ୍ର ମୂହୂର୍ତ୍ତ । ତେବେ ମୋଦୀ ସ୍ମିଥଙ୍କୁ କହିଛନ୍ତି, ଯିଏ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ମାନଙ୍କୁ ବଞ୍ଚାଇପାରୁଛି, ତାଠୁ ବଳି କିଛି ନୁହଁ, ଦେଶ ତାହା ଗର୍ବର ସହ କହିବ ଯେ, ଭାରତୀୟମାନେ ଜୀବନ ନେଉନାହାଁନ୍ତି । ସୂଚନାଥାଉକି, ବୁଧବାର ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ଏଫଜେଡ୧୦୭୩ ବିମାନରେ ମଝିଆକାଶରେ ଦୁଇ କୋ ପାଇଲଟଙ୍କ ମଧ୍ୟରେ ଝଗଡା ହୋଇଥିଲା ପରେ ଅନ୍ୟ ପାଇଲଟ ଜଣଙ୍କ ସ୍ମିଥଙ୍କୁ ଛୁରାମାଡ କରିଥିଲେ । ତଥାପି ଆହତ ଅବସ୍ଥାରେ ସ୍ମିଥ ଜୀବନ ସହ ସଂଗ୍ରାମ କରି ବିମାନରେ ଥିବା ୧୭୪ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ । ଯାତ୍ରୀ ମାନେ ସମ୍ପୁର୍ଣ୍ଣ ସୁରକ୍ଷିତ ଥିଲେ । ଯାହା ତାଙ୍କର ଅଦମ୍ୟ ସାହସକୁ ନେଇ ସାରା ଦେଶରେ ବର୍ତ୍ତମାନ ପ୍ରଶଂସାର ସୁଅ ଛୁଟିଛି ।










