32.1 C
Bhubaneswar
Friday, October 2, 2026
Homeଓଡିଶାମହାରାଷ୍ଟ୍ରର ଅମରାବତୀରେ ଦୁର୍ଘଟଣା: ୫ ମୃତ

ମହାରାଷ୍ଟ୍ରର ଅମରାବତୀରେ ଦୁର୍ଘଟଣା: ୫ ମୃତ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଏକ ବଡ ଦୁର୍ଘଟଣା ଘଟିଛି । ସମୃଦ୍ଧି ରାଜପଥର ଧାମନଗାଓଁ ନିକଟରେ ଏକ ଟ୍ରକ ଏକ ବୋଲେରୋ ପିକଅପ ଭ୍ୟାନ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅମରାବତୀ ଜିଲ୍ଲାର ଧାମନଗାଁଓ ରେଳ ଷ୍ଟେସନ ନିକଟରେ ସମୃଦ୍ଧି ଏକ୍ସପ୍ରେସୱେରେ ଚ୍ୟଆନେଲ ୯୭ରେ ଗୁରୁବାର ରାତି ୧୨.୪୫ରେ ଏହି ଦୁର୍ଘଟଣା ଘଟିଥିଲା । ଅଧିକାରୀ କହିଛନ୍ତି, ଯେ, ଟ୍ରକ ପିକଅପ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ୨୧ ଜଣ ଆହତ ହୋଇଥିଲେ । ଅନ୍ୟ ଜଣଏ ଅଧିକାରୀ କହିଛନ୍ତି ଯେ, ଆହତମାନଙ୍କୁ ପ୍ରଥମେ ଧାମନଗାଁଓ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ୱାର୍ଦ୍ଧା ମେଡିକାଲ କଲେଜକୁ ରେଫର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking