34.1 C
Bhubaneswar
Friday, October 2, 2026
Homeଓଡିଶାଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜୁ ଜନତା ଦଳର ଜନ ସମ୍ପର୍କ ...

ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀ ରୁ ଶୁଭାରମ୍ଭ ହୋଇଛି। ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।ବିମାନଵନ୍ଦର ନିକଟସ୍ଥ ରଜ ପଡିଆ ରୁ ପଦଯାତ୍ରା ର ଶୁଭାରମ୍ଭ କରି ଦଳ ର ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ତାର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟ ରେ ଅଛି ଓ ରହିଥିବ । ରାଜ୍ୟ ର ସାମ୍ପ୍ରତିକ ପରିସ୍ଥିତି ଉପରେଆଲୋକପାତ କରି ସେ କହିଲେ ଯେଓଡିଶା ଏଵେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢାବୁଢ଼ିଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା ମାନେ ହଇରାଣ। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ।ରାଜ୍ୟ ସରକାରଙ୍କ ବିଫଳତା ଓ କୁ ପରିଚାଳନା ଉପରେ ଶ୍ରୀପଟ୍ଟନାୟକ କହିଥିଲେ ଯେ ଏ ସରକାର ଗୋଟିଏ ବିରଥଯାତ୍ରା ଠିକ ଭାବରେ ପରିଚାଳନା କରି ପାରିଲେନି। ବନ୍ୟା ରିଲିଫ ରେ କୁପରିଚାଳନା, ଧାନ ସଂଗ୍ରହ ରେ କୁ ପରିଚାଳନା, ନିଯୁକ୍ତିପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥା ରେ କୁ ପରିଚାଳନା। ସବୁ କାମରେ ଏ ସରକାର ଫେଲ।ଲୋକ କହୁଛନ୍ତି ଯେ ବୋଧେ ଓଡିଶା ବିଜେପି ସରକାର କୁପରିଚାଳନା ରେ ବିଶେଷ ଦକ୍ଷତା ହାସଲ କରିଛି।

ଶ୍ରୀ ପଟ୍ଟନାୟକ କହିଥିଲେ କେନ୍ଦ୍ର ସରକାରଖଣି ଉପରୁ ଓଡିଶା ବାସୀଙ୍କ ଅଧିକାର ନେଇଗଲେ। ଓଡିଶା ସରକାର ଚୁପ। କୋଡିଏ ବିଜେପି ସାଂସଦ ଓଡିଶା ବାସୀଙ୍କ ପାଇଁ ଚୁପ। କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ। ପିଲାଙ୍କ ପଢା ବହି କଥା ନ କହିବା ଭଲ।ହଜାର ହଜାର ଭୂଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ ପ୍ରକାଶ କରିଥିଲେ।ସେ ଆହୁରି କହିଥିଲେ ଯେ ରାଜ୍ୟ ରେ ରାଜସ୍ୱ ସଂଗ୍ରହ କମୁଛି।ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି। କିଛି କାମ ହେଉନାହିଁକିଂତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡେ? ବୋଲି ସେ ପ୍ରଶ୍ନ କରିଥିଲେ।ବିଜୁ ଜନତା ଦଳ ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢେଇ କୁ ଆହୁରି ଜୋରଦାର କରିବାକୁ ଶ୍ରୀପଟ୍ଟନାୟକ ଆହ୍ୱାନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଜେଡି ର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତଜେନା,ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking