29.1 C
Bhubaneswar
Thursday, October 1, 2026
Homeଦେଶ ବିଦେଶ୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

ନୂଆଦିଲ୍ଲୀ: ଗୋଆର ପାଣାଜୀଠାରେ ହେବାକୁଥିବା ଭାରତର ୫୭ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି) ପାଇଁ ମିଡିଆ ଆକ୍ରିଡିଟେସନ୍‍ ଆବେଦନ ଆରମ୍ଭ ହୋଇଛି। କାହାଣୀ, ସିନେମା ଏବଂ ବୈଶ୍ୱିକ ସ୍ୱରକୁ ଉତ୍ସବ ଭାବେ ପାଳନକରୁଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆଜିଠାରୁ ନିର୍ଦ୍ଧାରିତ ପୋର୍ଟାଲ: https://accreditation.pib.gov.in/eventregistration/login.aspxରେ ସେମାନଙ୍କ ଆବେଦନ କରିପାରିବେ। ଏଥିଲାଗି ସେମାନଙ୍କୁ ପୋର୍ଟାଲରେ ମିଡିଆ ଡେଲିଗେଟ ଭାବେ ପଞ୍ଜୀକରଣ କରିବାକୁହେବ। ଅକ୍ଟୋବର ୧୫ ତାରିଖକୁ ଏହି ପଞ୍ଜିକରଣର ଶେଷ ତାରିଖ ଭାବେ ଚିହ୍ନଟ କରାଯାଇଥିବାସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏସିଆର ସବୁଠାରୁ ପ୍ରସିଦ୍ଧ ଚଳଚ୍ଚିତ୍ର ମହୋତ୍ସବଗୁଡ଼ିକ ମଧ୍ୟରୁ ଗୋଟିଏରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଶୀଘ୍ର ଆବେଦନ କରିବାକୁ ପରୀାମର୍ଶ ଦେଇଛି ମନ୍ତ୍ରଣାଳୟ। ପ୍ରଥମ ୫୦ ଜଣ ସଫଳ ପଞ୍ଜୀକୃତ ବ୍ୟକ୍ତିଙ୍କୁ ୧୯ ନଭେମ୍ବର ୨୦୨୬ରେ ପାଣାଜୀଠାରେ ଆୟୋଜିତ “ଫିଲ୍ମ ଆପ୍ରିସିଏସନ୍” ସମ୍ପର୍କିତ ଏକ ନିଶୁଳ୍କ କର୍ମଶାଳା ପାଇଁ ସୁଯୋଗ ମିଳିବ ବୋଲି ଏଥିରେ କୁହାଯାଇଛି।
ନଭେମ୍ବର ୨୦ରୁ ୨୮ ତାରିଖ ଯାଏ ଏହି ଉତ୍ସବ ଆୟୋଜନ ହେବ। ଭାରତ ଏବଂ ସମଗ୍ର ବିଶ୍ୱରୁ ଚଳଚ୍ଚିତ୍ର ନିର୍ମାତା, ସିନେମା ପ୍ରଫେସନାଲ, ସାମ୍ବାଦିକ ଏବଂ ଚଳଚ୍ଚିତ୍ର ପ୍ରେମୀ ଏଠାରେ ଏକାଠି ହୋଇ କାହାଣୀର ଯାଦୁ, ସିନେମାଟିକ ଅଭିବ୍ୟକ୍ତିର ବିବିଧତା ଏବଂ ବିଭିନ୍ନ ସଂସ୍କୃତିର ଦର୍ଶକଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇବେ।
ଏହି ମହୋତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନାଚକ୍ର, ଚଳଚ୍ଚିତ୍ର ନିର୍ମାତାଙ୍କ ସହ ବାର୍ତ୍ତାଳାପ ଏବଂ ନେଟୱର୍କିଂ ସୁଯୋଗ ଜରିଆରେ ବିଭିନ୍ନ କାହାଣୀ ଓ ଦୃଷ୍ଟିକୋଣକୁ ସାମ୍ନାକୁ ଅଣାଯିବ, ଯାହା ଚିନ୍ତାଧାରା, କଥାବାର୍ତ୍ତା ଏବଂ ସହଯୋଗ ପାଇଁ ଏକ ଗତିଶୀଳ ମଞ୍ଚ ସୃଷ୍ଟି କରିବ। ଗୋଆ ସିନେମାର ଏହି ମହାନ୍ ଉତ୍ସବକୁ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଏହି ଆନ୍ତର୍ଜାତିକ ଫିଳ୍ମ ଫେଷ୍ଟିଭାଲ, ବିଶ୍ୱ ଚଳଚ୍ଚିତ୍ର ସମୁଦାୟ ମଧ୍ୟରେ ସୃଜନଶୀଳ ଆଦାନପ୍ରଦାନ ଏବଂ ଅର୍ଥପୂର୍ଣ୍ଣ ସହଭାଗିତା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

 ପ୍ରତିବର୍ଷ ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲର ପହଞ୍ଚ ଏବଂ ପ୍ରସାରକୁ ବୃଦ୍ଧି କରିବାରେ ମିଡିଆ ପ୍ରତିନିଧିମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସମ୍ବାଦ ରିପୋର୍ଟ, ସାକ୍ଷାତକାର, ସମୀକ୍ଷା, ବିଶେଷ ଆଲେଖ୍ୟ ଏବଂ ଡିଜିଟାଲ୍ କଭରେଜ୍ ଜରିଆରେ, ମିଡିଆ ଏହି ମହୋତ୍ସବର ଚଳଚ୍ଚିତ୍ର, କାର୍ଯ୍ୟକ୍ରମ ଏବଂ ଆଲୋଚନାକୁ ଭାରତ ଓ ସମଗ୍ର ବିଶ୍ୱର ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରେ। ଏହା ବିଭିନ୍ନ କଳାକାର ଏବଂ ସେମାନଙ୍କ କଳାକୁ ସମ୍ମାନିତ କରିବାରେ ସାହାଯ୍ୟ କରେ। ଏହି ମହୋତ୍ସବରେ ମିଡିଆର କ୍ରମାଗତ ଅଂଶଗ୍ରହଣକୁ ଗୁରୁତ୍ୱ ଦିଏ, ଯାହା ଉଭୟ ଫେଷ୍ଟିଭାଲଏବଂ ସୃଜନଶୀଳ ଅଭିବ୍ୟକ୍ତି ପ୍ରତି ବ୍ୟାପକ ସଚେତନତା ଏବଂ ଜନସାଧାରଣଙ୍କ ଭାଗିଦାରୀ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

ଆକ୍ରେଡିଟେସନ୍‍ ବା ମାନ୍ୟତା ପ୍ରାପ୍ତି ଦ୍ୱାରା ସମ୍ପୃକ୍ତ ମିଡିଆ ପ୍ରଫେସନାଲ ଉତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନାଚକ୍ରରେ ଭାଗ ନେବା ସହ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମା ବୃତ୍ତିଗତଙ୍କ ସହ ବାର୍ତ୍ତାଳାପ କରିପାରିବେ। ପୁଣି ସେମାନଙ୍କୁ ନେଟୱର୍କିଂ ଓ ମହୋତ୍ସବ କଭରେଜ୍ କରିବାର ସୁଯୋଗ ମିଳିବ।
ମିଡିଆ ପ୍ରତିନିଧିମାନଙ୍କୁ ସେମାନଙ୍କର ଆବେଦନ ପତ୍ର ଦାଖଲ କରିବା ପୂର୍ବରୁ ଆକ୍ରେଡିଟେସନ୍ ଦିଗଦର୍ଶିକାକୁ ଭଲ ଭାବରେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଆବେଦନକାରୀଙ୍କୁ ବୈଧ ପରିଚୟ ପତ୍ର, ବୃତ୍ତିଗତ ଯୋଗ୍ୟତା ପ୍ରମାଣପତ୍ର, ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ସହିତ ଆକ୍ରେଡିଟେସନ୍ ପୋର୍ଟାଲରେ ଆବଶ୍ୟକ ଅନ୍ୟାନ୍ୟ ସହାୟକ ଦସ୍ତାବିଜ୍ ପ୍ରଦାନ କରିବାକୁ ପଡ଼ିବ। ସେହିପରି ଆବେଦନ ସମୟରେ ମିଡିଆ ପ୍ରଫେସନାଲଙ୍କୁ ଏକ ଫୋଟୋଗ୍ରାଫ୍, ସରକାରୀ ପରିଚୟ ପତ୍ର, ପିଆଇବିକିମ୍ବା ରାଜ୍ୟ ସରକାରଙ୍କ ଆକ୍ରେଡିଟେସନ୍ କାର୍ଡ ବା ସଂସ୍ଥାର ଆଇଡି + ସମ୍ପାଦକଙ୍କ ପତ୍ର ସହ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।

ଯେଉଁ ମିଡିଆ ପ୍ରଫେସନାଲମାନେ ମହୋତ୍ସବର ପୂର୍ବ ସଂସ୍କରଣ ପାଇଁ ପୋର୍ଟାଲରେ ପଞ୍ଜୀକୃତ ଅଛନ୍ତି, ସେମାନେ ଲଗଇନ୍ କରିବା ପାଇଁ ସେହି ସମାନ ତଥ୍ୟ ବ୍ୟବହାର କରିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଦସ୍ତାବିଜଗୁଡ଼ିକୁ ଅପଡେଟ୍ କରିପାରିବେ। ୧୯୫୨ ମସିହାରେ ଆରମ୍ଭ ହୋଇଥିବା ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଦକ୍ଷିଣ ଏସିଆର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ସିନେମା ଉତ୍ସବ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନ୍ୟାସନାଲ ଫିଲ୍ମ ଡେଭେଲପମେଣ୍ଟ କୋର୍ପୋରେସନ ଏବଂ ଗୋଆ ରାଜ୍ୟ ସରକାରଙ୍କ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଭାରତ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଚଳଚ୍ଚିତ୍ର ନିର୍ମାତା, ମହାନ ବ୍ୟକ୍ତିତ୍ୱ ଏବଂ ଉଦୀୟମାନ ଚେହେରାମାନଙ୍କୁ ଏକାଠି ଆଣିଥାଏ। ଆନ୍ତର୍ଜାତିକ ପ୍ରତିଯୋଗିତା, ସାଂସ୍କୃତିକ ପ୍ରଦର୍ଶନୀ, ମାଷ୍ଟରକ୍ଲାସ୍ ଏବଂ ଶ୍ରଦ୍ଧାଞ୍ଜଳି ସହିତ, ଏହି ମହୋତ୍ସବ ଗୋଆର ଜୀବନ୍ତ ପରିବେଶ ମଧ୍ୟରେ ବିବିଧ କାହାଣୀ, ଭାଷା ଏବଂ ସିନେମାଟିକ ପରମ୍ପରାକୁ ଉତ୍ସବ ଭାବେ ପାଳନ କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking