33.1 C
Bhubaneswar
Thursday, October 1, 2026
Homeଦେଶ ବିଦେଶSIRକୁ ନେଇ CJPର ଆନ୍ଦୋଳନ ଘୋଷଣା

SIRକୁ ନେଇ CJPର ଆନ୍ଦୋଳନ ଘୋଷଣା

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ SIR ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ଆନ୍ଦୋଳନ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP) । ଶୁକ୍ରବାର ମୁମ୍ବାଇରେ ଆନ୍ଦୋଳନ କରିବା ସହ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୂଚନା ଦେଇଛନ୍ତି ।ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରି ସିଜେପି ପକ୍ଷରୁ SIR ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଯାଇଛି । ୨୦୨୫ର SIR ତାଲିକାକୁ ଫ୍ରିଜ୍ କରିବା ସହ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ନେଇ ସ୍ପଷ୍ଟତା ଆଣିବାକୁ ଦଳ ଦାବି କରିଛି । ସେହିପରି ସିଇସି ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଏବଂ ନୂଆ ସିଇସି ଚୟନ ପାଇଁ ଏକ ସ୍ୱାଧୀନ ସଂସ୍ଥା ଗଠନ କରିବାକୁ ମଧ୍ୟ ଦାବି ରହିଛି । ସିଇସି ନିଯୁକ୍ତି ପ୍ରକ୍ରିୟାରେ ସିଭିଲ୍ ସୋସାଇଟିର ଭୂମିକା ରହିବା ଉଚିତ ବୋଲି ଦଳ କହିଛି । ଆନ୍ଦୋଳନ ପାଇଁ ମୁମ୍ବାଇର ଶିବାଜୀ ପାର୍କ ଗେଟ୍ ନମ୍ବର-୬ ନିକଟରେ ଏକାଠି ହେବାକୁ ସିଜେପି ଆହ୍ୱାନ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking