33.1 C
Bhubaneswar
Thursday, October 1, 2026
Homeଓଡିଶାଘାଟିରୁ ତଳକୁ ଖସିଲା ବୋଲେରୋ: ଜଣେ ମୃତ, ୫ ଆହତ

ଘାଟିରୁ ତଳକୁ ଖସିଲା ବୋଲେରୋ: ଜଣେ ମୃତ, ୫ ଆହତ

ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସନ୍ଧାପାନି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଘାଟିରୁ ତଳକୁ ଖସି ପଡ଼ିଛି ଏକ ବୋଲେରୋ। ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ୫ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ବୋଲେରୋଟି ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ଯ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ିଟି ଚୂରମାର ହୋଇଯାଇଛି। ହେଲେ ଗାଡ଼ିଟି କେଉଁଠୁ କୁଆଡ଼େ ଯାଉଥିଲା ଓ ମୃତାହତ ଲୋକେ କିଏ, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking