33.1 C
Bhubaneswar
Thursday, October 1, 2026
Homeଓଡିଶାମୌସୁମୀ ବିଦାୟ ପରେ ବଢ଼ିବ ତାତି !

ମୌସୁମୀ ବିଦାୟ ପରେ ବଢ଼ିବ ତାତି !

 ଭୁବନେଶ୍ୱର : ବିଦାୟ ନେବାକୁ ବସିଲାଣି ମୌସୁମୀ । ବିଭିନ୍ନ ରାଜ୍ୟରୁ ମୌସୁମୀ ବିଦାୟ ନେଇସାରିଥିବା ବେଳେ ଓଡ଼ିଶାରେ ୨ରୁ ୩ ଦିନ ଭିତରେ ପ୍ରତ୍ୟାବର୍ତ୍ତନ କରିବ । ଏହାରି ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଅକ୍ଟୋବର ମାସରେ ବର୍ଷାର ସମ୍ଭାବନା ନଥିବା ବେଳେ ଟାଣୁଆ ଖରା ନେଇ ଆକଳନ କରିଛି । ଅନ୍ୟପକ୍ଷରେ ଏବେଠାରୁ ରାଜ୍ୟରେ ଖରା ପ୍ରକୋପ ବଢ଼ିଲାଣି । ତାପମାତ୍ରା ୩୪-୩୫ ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ରାତିରେ ବି ଥଣ୍ଡା ପଡ଼ିବନି । ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ ଏଲ୍- ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର ପ୍ରଭାବ ପଡ଼ିବ । ଫଳରେ ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ ଆକାଶ ପ୍ରାୟତ ମେଘମୁକ୍ତ ରହିବ। ଫଳରେ ଜଳୀୟବାଷ୍ପ ରହିବନି । ତେଣୁ ଖରା ଟାଣ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking