ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯାଉଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହି ମୁକାବିଲା ପାଇଁ ଆକିବ ନବୀଙ୍କୁ ସାମିଲ କରାଯାଇଛି। ୱେଷ୍ଟଇଣ୍ଡିଜର ୩ଜଣ ଖେଳାଳି ଶତକ ହାସଲ କରିଛନ୍ତି। ତିନିଟି ଶତକ ବଳରେ ଅତିଥି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ଫଳରେ ଭାରତୀୟ ଟିମ୍କୁ ୩୦୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଭାରତ ପକ୍ଷରୁ ଗୁରନୁର ବ୍ରାର୍, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।










