କଟକ: ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟିପିଟି ହତ୍ୟା ଅଭିଯୋଗ । କଟକ ଏସସିବି ମେଡିକାଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଜଣେ ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ । କଟକ ମଙ୍ଗଳବାଗ ଥାନାରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।










