31.1 C
Bhubaneswar
Wednesday, September 30, 2026
Homeଦେଶ ବିଦେଶAIର ନାଁ ବଦଳାଇଲା ଆମେରିକା! ‘ସୁପର୍ ଇଣ୍ଟେଲିଜେନ୍ସ’ ନାଁରେ ହେବ ଚର୍ଚ୍ଚା

AIର ନାଁ ବଦଳାଇଲା ଆମେରିକା! ‘ସୁପର୍ ଇଣ୍ଟେଲିଜେନ୍ସ’ ନାଁରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ବଦଳିଲା AIର ନାଁ । ଏଆଇ ଏବେ ‘ସୁପର ଇଣ୍ଟେଲିଜେନ୍ସ’ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଏଣିକି ଆମେରିକାର ସରକାରୀ ଦଲିଲରେ ‘Artificial Intelligence’ ବଦଳରେ ‘Super Intelligence’ ବା SI ଶବ୍ଦ ବ୍ୟବହାର କରାଯିବ । ତାଙ୍କ ମତରେ ‘Artificial’ ଶବ୍ଦଟି ଏହି ପ୍ରଯୁକ୍ତିକୁ ନକଲି ବୋଲି ଦର୍ଶାଉଥିବା ଭଳି ଲାଗୁଛି, ଯେତେବେଳେ ଏହା ବାସ୍ତବ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଯୁକ୍ତି। ଜାତିସଂଘ ସାଧାରଣ ସଭା ସମୟରେ ଟ୍ରମ୍ପ ଏହି ନାମ ପରିବର୍ତ୍ତନର କଥା କହିଥିଲେ । ସେ କହିଥିଲେ, ଆମେରିକା AI କ୍ଷେତ୍ରରେ ଚୀନ୍‌ଠାରୁ ଆଗରେ ରହିବାକୁ ଚାହୁଁଛି ।

ତାଙ୍କ ଅନୁସାରେ, AI ଦୌଡ଼ରେ ଯେଉଁ ଦେଶ ଆଗରେ ରହିବ, ତାହାର ଅର୍ଥନୀତି ଓ ପ୍ରଯୁକ୍ତିକ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିପାରେ। ଟ୍ରମ୍ପ AI ବିକାଶକୁ ଅଧିକ ନିୟମରେ ବାନ୍ଧିବା ନେଇ ମଧ୍ୟ ସତର୍କ ମନୋଭାବ ପ୍ରକାଶ କରିଛନ୍ତି । ତାଙ୍କ ଯୁକ୍ତି ହେଉଛି, ଅତ୍ୟଧିକ ନିୟନ୍ତ୍ରଣ ଦ୍ୱାରା ଆମେରିକାର AI ବିକାଶ ଧୀର ହୋଇଗଲେ ଚୀନ୍ ଆଗକୁ ବଢ଼ିପାରେ । ତେଣୁ ସେ ଆମେରିକାର AI ଶିଳ୍ପକୁ ବିକାଶ ଜାରି ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପ୍ରସଙ୍ଗରେ ଆମେରିକା-ଚୀନ୍ AI ପ୍ରତିଯୋଗିତା ଆହୁରି ଗୁରୁତ୍ୱ ପାଇଛି । ସେପ୍ଟେମ୍ବରରେ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଲୋଚନାରେ ମଧ୍ୟ AI ଏକ ପ୍ରମୁଖ ବିଷୟ ଥିଲା । ଦୁଇ ଦେଶ ପରେ AIର ବିପଦ ଓ ସମ୍ଭାବନା ନେଇ ଆଲୋଚନା ପାଇଁ ‘U.S.-China Super Intelligence Dialogue’ ଗଠନ କରିବାକୁ ସହମତ ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ସି ଜିନପିଙ୍ଗ AIର ବିକାଶ ମାନବ ନିୟନ୍ତ୍ରଣ ମଧ୍ୟରେ ରହିବା ଏବଂ ମାନବ କଲ୍ୟାଣରେ ବ୍ୟବହାର ହେବା ଆବଶ୍ୟକ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking