29.1 C
Bhubaneswar
Friday, September 25, 2026
Homeଓଡିଶାଲଗାଣ ବର୍ଷା ଯୋଗୁ ଭୁସ୍ଖଳନ: ଏକାଧିକ ଟ୍ରେନ୍ ବାତିଲ

ଲଗାଣ ବର୍ଷା ଯୋଗୁ ଭୁସ୍ଖଳନ: ଏକାଧିକ ଟ୍ରେନ୍ ବାତିଲ

ରାୟଗଡ଼ା: ଗଭୀର ଅବପାତ ପ୍ରଭାବରେ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ସ୍ଥିତି ଉତ୍କଟ ହୋଇଛି । ଲଗାଣ ବର୍ଷା ଫଳରେ ଅନେକ ସ୍ଥାନରେ ଭୁସ୍ଖଳନ ହେଉଛି । ଏମିତିକି ଏହି ଭୁସ୍ଖଳନ ଯୋଗୁ ରେଳଧାରଣା ଉପରେ ମାଡ଼ି ଅତଡ଼ା ଧସିରହିଛି । ଏବେ ବି ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଥିବାରୁ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍, ବିଭିନ୍ନ ଟନେଲ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଭୁସ୍ଖଳନ ଘଟିବା ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ କରାଯିବା ସହ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା- କିରଣ୍ଡୁଲ ପାସେଞ୍ଜର, କିରଣ୍ଡୁଲ- ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା- କିରଣ୍ଡୁଲ ଏକ୍ସପ୍ରେସ ଏବଂ ଜଗଦଲପୁର- ରାଉରକେଲା, ରାଉରକେଲା- ଜଗଦଲପୁର ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

 

ଏଥି ସହିତ କିଛି ଟ୍ରେନ୍‌ର ଗତିପଥ ଆଂଶିକ ବାତିଲ ବା ପରିବର୍ତ୍ତନ ମଧ୍ୟ କରାଯାଇଛି । ୨୫ ତାରିଖର ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ କୋରାପୁଟ ଠାର ୨୬ ତାରିଖରେ ଜଗଦଲପୁର- ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଜଗଦଲପୁର- ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ଏହି ଟ୍ରେନ୍ ଗୁଡ଼ିକ ପାଇଁ କୋରାପୁଟ ଠାରୁ ଜଗଦଲପୁର ମଧ୍ୟରେ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking