ଗଞ୍ଜାମ: ଆସିକା-ଧରାକୋଟ ବ୍ଲକର ଉପାନ୍ତ ଗ୍ରାମ ପଟାଶାଳରେ ବ୍ୟାପିଛି ଝାଡ଼ାବାନ୍ତି ଜଣେ ମୃତ ୭ ଆକ୍ରାନ୍ତ । ମୃତକ ଜଣକ ହେଲେ ଗ୍ରାମର 36 ବର୍ଷୀୟ ସୁଶାନ୍ତ ମାଲିକ। ଘଟଣାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ପଟେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଧରାକୋଟ ଡାକ୍ତରୀ ଦଳ ଏବଂ ମାଣିକ୍ୟପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି ।ସୂଚନା ଅନୁସାରେ, ଆକ୍ରାନ୍ତ ବ୍ୟକ୍ତିମାନେ ଏକ ଭୋଜିରେ ଯୋଗଦେବା ପାଇଁ ପୋଡ଼ାମାରି ଯାଇଥିଲେ । ସେଠାରୁ ଫେରିବା ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଡାକ୍ତରୀ ଦଳ ପ୍ରାଥମିକ ଭାବେ ଏହା ଖାଦ୍ୟ ବିଷକ୍ରିୟାଜନିତ ଘଟଣା ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରୁଥିଲେ ବି ଗ୍ରାମର ପାଣି ଓ ଅନ୍ୟାନ୍ୟ ନମୁନାର ପରୀକ୍ଷା ପାଇଁ ପଠାଯାଇଛି ।










