ନୂଆଦିଲ୍ଲୀ: ବିଜୁଳି ବିଲ ସହ ଯୋଡି ହେଇଯିବକି ଟ୍ରାଫିକ ଚାଲାଣ । ଆପଣ ଚାଲାଣ ନଦେଲେ ସିଧା ଇଲେକ୍ଟ୍ରିକ ବିଲ ସହ ମିଶି ଏହା ଏକାଠି ଆସିବ କି ? ଏବେ ଏମିତି କିଛି ସନ୍ଦେଙ ସୁପ୍ରିମକୋର୍ଟଙ୍କର ପ୍ରସ୍ତାବ ପରେ ଆସିଛି । ଦେଶରେ ବକେୟା ଥିବା ଟ୍ରାଫିକ ଚାଲାଣ ଆଦାୟ କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପସ୍ତାବ ଦେଇଛନ୍ତି । ପ୍ରାୟ ୪୫ ହଜାର କୋଟି ଟଙ୍କାର ଆଦାୟ ଟ୍ରାଫିକ ଚାଲାଣ ଥିବା ପ୍ରସଙ୍ଗରେ ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ । ବକେୟା ଜରିମାନାକୁ ବିଜୁଳି ବିଲ ସହ ଯୋଡି ଆଦାୟ କରିବା ନେଇ ବିଚାର କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି । କୋର୍ଟଙ୍କ ମତରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପରେ ଜାରି ହୋଇଥିବା ଚାଲାଣ ଦୀର୍ଘ ସମୟ ଧରି ବକେୟା ରହିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହି ବକେୟା ଅର୍ଥରାଶି ଆଦାୟ କରିବା ପାଇଁ ଅନ୍ୟ ପ୍ରଭାବଶାଳୀ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଇପାରେ । ତେବେ ବିଜୁଳି ବିଲରେ ଟ୍ରାଫିକ ଚାଲାଣ ଯୋଡିବା ଏକ ପ୍ରସ୍ତାବ ମାତ୍ର । ଏହା ଏବେଠାରୁ ଲାଗୁ ହୋଇଥିବା ନିୟମ ନୁହେଁ । ଏହି ବ୍ୟବସ୍ଥା କିପରି ଲାଗୁ ହେବ ଏବଂ କେଉଁ ସଂସ୍ଥା ମାଧ୍ୟମରେ ଆଦାୟ କରାଯିବ ସେନେଇ ଆଗକୁ ନିଷ୍ପତ୍ତି ହେବ ।










