31.1 C
Bhubaneswar
Tuesday, September 29, 2026
Homeଓଡିଶାମହାନଦୀରେ ଛୋଟ ବନ୍ୟା: ୨୬ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

ମହାନଦୀରେ ଛୋଟ ବନ୍ୟା: ୨୬ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

କଟକ: ମହାନଦୀରେ ଛୋଟ ବନ୍ୟା । ହୀରାକୁଦ ଉପରମୁଣ୍ଡରେ ବର୍ଷା ନଥିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୨୬ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୪ ଲକ୍ଷ ୮୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୯୫ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ମୁଣ୍ଡୁଳି ଦେଇ ପ୍ରାୟ ୭ ଲକ୍ଷ ୫୪ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ବନ୍ୟାକୁ ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଏବଂ କାଠଯୋଡ଼ି ନଦୀରେ ପାଣି ବୃଦ୍ଧି ପାଇଛି । ଏହା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ ଆଶିଂକ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। ବାଙ୍କୀ, ବଡ଼ମ୍ବା, ଆଠଗଡ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଛି । ଚାଷ ଜମିରେ ପାଣି ଜମିଛି, କିଛି କିଛି ସ୍ଥାନରେ ଜଳମଗ୍ନ ସ୍ଥିତି ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking