31.1 C
Bhubaneswar
Monday, September 28, 2026
Homeଓଡିଶାମହାନଦୀରେ ବନ୍ୟା: ମୋଟ ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ମହାନଦୀରେ ବନ୍ୟା: ମୋଟ ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

କଟକ: ମହାନଦୀରେ ବଢୁଛି ବନ୍ୟାଜଳ । ମୁଣ୍ଡୁଳିରେ ବଢିବ ଜଳ ପ୍ରବାହ । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି । ଏହା ବଢି ୮ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିବ । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପିକ୍‌ ଜଳ ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।ହୀରାକୁଦରେ ଖୋଲିଛି ଆଉ ୨ଟି ଗେଟ୍‌ । ଏବେ ମୋଟ ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୯ ଫୁଟ୍‌ ରହିଛି । ହୀରାକୁଦକୁ ୬ ଲକ୍ଷ ୩୬ ହଜାର କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ୫ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି ।ମୁଣ୍ଡୁଳିରେ ଜଳ ପ୍ରବାହ ବଢିବା ଯୋଗୁଁ ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଓ କାଠଯୋଡ଼ି ନଦୀରେ ମଧ୍ୟ ପାଣି ବଢିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking