31.1 C
Bhubaneswar
Saturday, September 26, 2026
Homeଓଡିଶାବାରିପଦାରେ ବନ୍ୟା ଆତଙ୍କ: ୬୦୦ରୁ ଅଧିକ ଆଶ୍ରୟସ୍ଥଳୀରେ ଆଶ୍ରୟ

ବାରିପଦାରେ ବନ୍ୟା ଆତଙ୍କ: ୬୦୦ରୁ ଅଧିକ ଆଶ୍ରୟସ୍ଥଳୀରେ ଆଶ୍ରୟ

ବାରିପଦା: ବାରିପଦାରେ ବନ୍ୟା ପରିସ୍ଥିତି ଗମ୍ଭୀର, ସହରର ଶତାଧିକ ଘର ଏବେ ପାଣି ଘେରରେ । ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସହ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବୁଢାବଳଙ୍ଗ ନଦୀ ସହ ଜରାଳୀ ଓ ସରାଳୀ ନାଳରେ ପାଣି ବଢିବାରୁ ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପସି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ବାରିପଦା ସହରର ୭, ୮, ୯ ଓ ୧୧ ନମ୍ବର ଓ୍ବାର୍ଡର ବହୁ ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଓ୍ବାର୍ଡରେ ଅଧିକାରୀମାନେ ବୋଟ୍ ଯୋଗେ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପାୱାର୍ ବୋଟ୍ ଯୋଗେ ଲୋକମାନଙ୍କୁ ଉଚ୍ଚସ୍ଥାନକୁ ଅଣାଯାଉଥିବାବେଳେ ଆଶ୍ରୟସ୍ଥଳୀରେ ୬ ଶହରୁ ଉର୍ଦ୍ଧ୍ୱ ଲୋକ ଆଶ୍ରୟ ନେଇଛନ୍ତି । ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧା ଖାଦ୍ୟ ସହିତ ଛୋଟ ପିଲାଙ୍କ ପାଇଁ ବିସ୍କୁଟ୍ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking