29.1 C
Bhubaneswar
Friday, September 25, 2026
Homeଓଡିଶା୪ ମାସରେ ୩୧% ରୁ ଅଧିକ ବର୍ଷା: ମନ୍ତ୍ରୀ

୪ ମାସରେ ୩୧% ରୁ ଅଧିକ ବର୍ଷା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅସ୍ୱାଭାବିକ ବର୍ଷା ନେଇ ତଥ୍ୟ ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜୁନରୁ ସେପ୍ଟେମ୍ବର ୪ ମାସରେ ୩୧%ରୁ ଅଧିକ ବର୍ଷା ହୋଇଛି । ୪ ମାସରେ ସ୍ୱାଭାବିକ ବର୍ଷା ୧୧୦୦ ମିମି, କିନ୍ତୁ ୧୪୫୦ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୧%ରୁ ଅଧିକ ବର୍ଷା ହୋଇଛି । ଜୁଲାଇରେ ସର୍ବାଧିକ ୬୪୭ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୩୩୮ ମିମି, କିନ୍ତୁ ଜୁଲାଇରେ ହୋଇଛି ୬୪୭ ମିମି । ଅର୍ଥାତ ଜୁଲାଇରେ ସ୍ୱାଭାବିକ ଠାରୁ ୯୧.୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟରେ ସ୍ୱାଭାବିକ ବର୍ଷା ୩୫୬ ମିମି, କିନ୍ତୁ ହୋଇଛି ୪୦୧.୨ ମିମି । ଅର୍ଥାତ ଅଗଷ୍ଟରେ ସ୍ୱାଭାବିକଠୁ ୧୨.୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା ୨୦୧ ମିମି, ଏଯାବତ ହୋଇଛି ୨୮୭.୪ ମିମି । ସେପ୍ଟେମ୍ବରରେ ସ୍ୱାଭାବିକଠୁ ୪୨.୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏଭଳି ଅସ୍ୱାଭାବିକ ବୃଷ୍ଟିପାତ ଅତୀତରେ କେବେ ରାଜ୍ୟରେ ହୋଇନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking