ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା । ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ ସୂଚନା ଦେଇଛନ୍ତି । ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ହିତାଧିକାରୀ ରହିଛନ୍ତି । ଏମାନେ ସମସ୍ତେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାର ହିତାଧିକାରୀ । ଗତ ୫ ମାସ ହେବ କିଛି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ । ବିଭିନ୍ନ ବୈଷୟିକ ତ୍ରୁଟି କାରଣ ସାଜିଛି । ସରକାର ଏଥିପ୍ରତି ଅବଗତ ଅଛନ୍ତି ।










