27.1 C
Bhubaneswar
Wednesday, September 23, 2026
Homeଓଡିଶାପଞ୍ଚାୟତ ନିର୍ବାଚନରେ OBC/SEBC ସଂରକ୍ଷଣ ନେଇ ସରକାରଙ୍କ ବିଚାର

ପଞ୍ଚାୟତ ନିର୍ବାଚନରେ OBC/SEBC ସଂରକ୍ଷଣ ନେଇ ସରକାରଙ୍କ ବିଚାର

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯିବ କି ? ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, OBC/SEBC ସଂରକ୍ଷଣ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି ।ସୁପ୍ରିମକୋର୍ଟଙ୍କ ‘ଟ୍ରିପଲ ଟେଷ୍ଟ’ ନିର୍ଦ୍ଦେଶକୁ ଆଧାର କରି ସଂରକ୍ଷଣ ପ୍ରସଙ୍ଗରେ ପରୀକ୍ଷା-ନିରୀକ୍ଷା ଚାଲିଥିବା କହିଛନ୍ତି ମନ୍ତ୍ରୀ । ‘କେ. କ୍ରିଷ୍ଣମୂର୍ତ୍ତି’ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୧ରେ ସମ୍ପୃକ୍ତ ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ଅନୁସାରେ SC, ST ଓ OBCଙ୍କ ମୋଟ ସଂରକ୍ଷଣ ୫୦% ମଧ୍ୟରେ ସୀମିତ ରଖାଯାଇଥିଲା । ଏହାର ପ୍ରଭାବରେ ପୂର୍ବରୁ OBC/SEBC ବର୍ଗଙ୍କ ପାଇଁ ଥିବା ୨୭% ସଂରକ୍ଷଣ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା ।

୨୦୨୨ର ପଞ୍ଚାୟତ ନିର୍ବାଚନରେ OBC/SEBCଙ୍କୁ ୨୭% ସଂରକ୍ଷଣ ଦିଆଯାଇପାରିନଥିଲା । ଟ୍ରିପଲ ଟେଷ୍ଟ ପୂରଣ ହୋଇନଥିବା ଦର୍ଶାଇ ଏହାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ପରେ ୨୭% ସଂରକ୍ଷଣ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ପଡ଼ିଥିଲା ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ସଂରକ୍ଷଣ ମିଳିବ କି ନାହିଁ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ଟ୍ରିପଲ ଟେଷ୍ଟ ନିର୍ଦ୍ଦେଶକୁ ବିଚାରକୁ ନେଇ ସରକାର ଏହି ପ୍ରସଙ୍ଗରେ ବିଚାର କରୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking