28.1 C
Bhubaneswar
Monday, September 21, 2026
Homeଓଡିଶାପ୍ରବଳ ବର୍ଷା: ୨୫ ଯାଏ ପୁରୀରେ ସରକାରୀ ଛୁଟି ବାତିଲ

ପ୍ରବଳ ବର୍ଷା: ୨୫ ଯାଏ ପୁରୀରେ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର: ଆସନ୍ତା ୨୫ ଯାଏ ପୁରୀରେ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଗଭୀର ଅବପାତ ପ୍ରଭାବରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି । ୨୨ରୁ ୨୪ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ଏହି ତିନି ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର, ପ୍ରଶାସନ ହାଇ ଆଲର୍ଟରେ ରହିଛନ୍ତି । ସବୁ ପ୍ରକାର ବ୍ୟବସ୍ଥାକୁ ସୂଚାରୁ ରୂପେ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଦୀକୂଳିଆ ଅଞ୍ଚଳବାସୀ, ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ଷା ଅପଡେଟ କୌଣସି ଗୁଜବକୁ ନ ବିଶ୍ୱାସ କରି, ଆତଙ୍କିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking