ଭୁବନେଶ୍ୱର : ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ରାୟଗଡ଼ାରେ ଇଣ୍ଡି ମେଣ୍ଟର ବିଶାଳ ସମାବେଶ । କପିଳାଶ ଛକରୁ ବାହାରିଥିଲା ବିଶାଳ ରାଲି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେବେ ଆନ୍ଦୋଳନକାରୀ । ସମାବେଶରେ ପ୍ରାୟ ୨୫ରୁ ୩୦ ହଜାର ଲୋକ ସାମିଲ ହୋଇଥିବା ଦାବି କରାଯାଇଛି ।ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ପ୍ରଭାରୀ ଲାଲଜୀ ଦେଶାଇ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ ହୋଇଛନ୍ତି ।










