28.1 C
Bhubaneswar
Monday, September 21, 2026
Homeଓଡିଶାମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବାଚସ୍ପତି ସୁରମାପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ବୈଠକ । ବୈଠକରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ , ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଉପ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି କିପରି ମୋସୁମୀ ଅଧିବେଶନ ସୁରୁଖୁରେ ଚାଲିବ ସେନେଇ ବୈଠକରେ ଆଲୋଚନା କରାଯାଇଛି । ଏଥିସହ ଶାସକ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ଏମଏମଡିଆରକୁ ନେଇକି ମଧ୍ୟ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଚିଠିକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି । ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା, ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ ଭାବେ ବିଧାନସଭାରେ ଉଠାଇବେ କଂଗ୍ରେସ ଆଉ ବିଜେଡି।ଅପରାହ୍ନରେ ରହିଛି ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରିବେ ରଣନୀତି। ତା ସହ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ। ବିଧାୟକ ଦଳ ବୈଠକ କରି କାଉଣ୍ଟର ଷ୍ଟ୍ରାଟେଜି ତିଆରି କରିବ ବିଜେପି। ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ବେଶ ସରଗରମ ରହିପାରେ ଅଧିବେଶନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking