29.1 C
Bhubaneswar
Saturday, September 19, 2026
Homeଓଡିଶାସୁନ୍ଦରଗଡ଼ରେ ସିରିଜ୍‌ ଚୋରି: ୩ ଘରୁ ଲୁଟ୍ ୨ ଲକ୍ଷ ୩୦ ହଜାର ଟଙ୍କା

ସୁନ୍ଦରଗଡ଼ରେ ସିରିଜ୍‌ ଚୋରି: ୩ ଘରୁ ଲୁଟ୍ ୨ ଲକ୍ଷ ୩୦ ହଜାର ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସିରିଜ୍‌ ଚୋରି । ରାତି ଅଧରେ ଘର ତାଡ଼ି ନଗଦ ଟଙ୍କା ସହ ଅନେକ ସାମଗ୍ରୀ ନେଇ ଫେରାର ହୋଇଛନ୍ତି ଚୋର । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁର ଗାଁରେ ଏହି ସିରିଜ୍‌ ଚୋରି ହୋଇଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଗାଁର ୩ଟି ଘରୁ ଚୋରି ହୋଇଛି ।ଜଣଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ନେଇଯାଇଥିବା ବେଳେ ଅନ୍ୟ ଦୁଇଟି ଘରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି । ଖବର ପାଇ ଭଷ୍ମା ଥାନା ପୁଲିସ ତୁରନ୍ତ ପଦକ୍ଷେପ ନେଇଛି । ଆଜି ମଙ୍ଗସପୁର ଗାଁରେ ସନ୍ଧାନୀ କୁକୁର ଆଣି ପୁଲିସ ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking