29.1 C
Bhubaneswar
Saturday, September 19, 2026
Homeଦେଶ ବିଦେଶନନ୍ଦିଗ୍ରାମ ପରେ ଏବେ ରେଜିନଗର ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଟିଏମସି ପ୍ରାର୍ଥୀ

ନନ୍ଦିଗ୍ରାମ ପରେ ଏବେ ରେଜିନଗର ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଟିଏମସି ପ୍ରାର୍ଥୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ରାଜନୈତିକ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ମାତ୍ର ଗୋଟିଏ ଦିନ ପରେ ଏବେ ରେଜିନଗର ଉପନିର୍ବାଚନରୁ ମଧ୍ୟ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ଓହରି ଯାଇଛନ୍ତି। ଶନିବାର ରେଜିନଗରର ଟିଏମସି ପ୍ରାର୍ଥୀ ରବିଉଲ୍ ଆଲମ୍ ଚୌଧୁରୀ ଆନୁଷ୍ଠାନିକ ଭାବେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ଘୋଷଣା କରିଛନ୍ତି।ପ୍ରଶାସନିକ ଚାପ ଏବଂ ଦଳୀୟ କର୍ମୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦାୟୀ କରି ରବିଉଲ୍ ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦଳ ପାଖରେ କୌଣସି ଅଫିସିଆଲ୍ ନିର୍ବାଚନୀ ଚିହ୍ନ ନାହିଁ।ଏହାସହ ରାଜ୍ୟ ପ୍ରଶାସନ ପକ୍ଷରୁ କର୍ମୀମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଥିବାରୁ ଅଧିକାଂଶ କର୍ମୀ ନିଜ ନିଜ ଅଞ୍ଚଳ ଛାଡ଼ି ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନିକ ଚାପ ଯୋଗୁଁ କର୍ମୀମାନେ ନିର୍ବାଚନୀ ମଇଦାନରେ ରହିବାକୁ ଅସମର୍ଥ ପ୍ରକାଶ କରିବାରୁ ସେ ନିଜେ ଲଢ଼େଇରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଦୁଇଟି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ନିର୍ବାଚନ ପୂର୍ବରୁ ହିଁ ମମତା ବାନାର୍ଜୀ ଉଭୟ ଆସନରେ ନିଜର ପ୍ରାର୍ଥୀ ହରାଇସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking