ସମ୍ବଲପୁର: ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମରେ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ ଆଇଏମଡି ଡିଜି । କହିଲେ ବିପର୍ଯ୍ୟୟ ମୁକାବିଲା ନେଇ ଆଗୁଆ ସୂଚନା ମିଳିବା ଅଧିକ ସହଜ ହେବ । ଆଜି ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ । ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ । ଜମାଦାରପାଲିଠାରେ ଏକ ୫ ମହଲା ବିଶିଷ୍ଟ କୋଠା ଏବଂ ଏହାର ଉପରେ ଏକ ସ୍ୱତନ୍ତ୍ର ରାଡାର ବା ଡୋମ ପ୍ରସ୍ତୁତ କରାଯାଇଛି । ଏହା ଏକ ଅତ୍ୟାଧୁନିକ ସି-ବ୍ୟାଣ୍ଡ ଡପଲର ରାଡାର । ଏହି ରାଡାର ସାହାଯ୍ୟରେ ବଜ୍ରପାତ, କାଳବୈଶାଖୀ, ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଖୁବ୍ ସଠିକ୍ ଏବଂ ଆଗୁଆ ସୂଚନା ମିଳିପାରିବ । ସେହିପରି ଏହା ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ହେବାକୁ ଥିବା ବର୍ଷାର ସଠିକ୍ ଆକଳନ କରିବାରେ ସାହାଯ୍ୟ କରିବ । ଫଳରେ ହୀରାକୁଦର ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ସହଜ ହେବ ।










