30.1 C
Bhubaneswar
Tuesday, September 15, 2026
Homeଦେଶ ବିଦେଶନେପାଳକୁ ଭାରତର ବଡ଼ ସହାୟତା: ୬୫୪ ମେଗାୱାଟ୍ ବିଜୁଳି ଯୋଗାଣ ପାଇଁ ମିଳିଲା ମଞ୍ଜୁରୀ

ନେପାଳକୁ ଭାରତର ବଡ଼ ସହାୟତା: ୬୫୪ ମେଗାୱାଟ୍ ବିଜୁଳି ଯୋଗାଣ ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ଦେଖାଦେଇଥିବା ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳକୁ ଅଧିକ ବିଜୁଳି ରପ୍ତାନି କରିବା ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି ।ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ନେପାଳର ଅନେକ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର (Hydroelectric Plants) ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଘରୋଇ ସ୍ତରରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିବାରୁ ନେପାଳ ବିଦ୍ୟୁତ ପ୍ରାଧିକରଣ (NEA) ସାରା ଦେଶରେ ବିଜୁଳି ଯୋଗାଣ ସମ୍ଭାଳିବାରେ ଅସମର୍ଥ ହୋଇପଡ଼ିଥିଲା ।୧୩ ସେପ୍ଟେମ୍ବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ନୂଆ ବ୍ୟବସ୍ଥା ଲାଗୁ ରହିବ । ପ୍ରତିଦିନ ରାତି ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ମୋଟ ୧୮ ଘଣ୍ଟା) ବିଜୁଳି ଯୋଗାଇ ଦିଆଯିବ । ଦୁଇଟି ପ୍ରସାରଣ ଲାଇନ୍ ମାଧ୍ୟମରେ ସର୍ବାଧିକ ୬୫୪ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ହେବ। ନେପାଳର କ୍ଷତିଗ୍ରସ୍ତ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ମରାମତି ପାଇଁ ବେଶ୍ କିଛି ମାସ ସମୟ ଲାଗିବ । ଏହି ସମୟ ମଧ୍ୟରେ ଭାରତରୁ ଯିବାକୁ ଥିବା ବିଜୁଳି ନେପାଳର ହସ୍ପିଟାଲ, ଜରୁରୀକାଳୀନ ସେବା ଓ ସାଧାରଣ ନାଗରିକଙ୍କ ଆବଶ୍ୟକତା ପୂରଣ କରିବ ।ଡିସେମ୍ବର ୨୦୨୬ରେ ଶକ୍ତି ମନ୍ତ୍ରଣାଳୟ ପୁନର୍ବାର ସ୍ଥିତିର ସମୀକ୍ଷା କରିବ । ଏହା ପରେ ଜାନୁଆରୀ ୨୦୨୭ରୁ କେତେ ପରିମାଣର ବିଜୁଳି ଯୋଗାଇ ଦିଆଯିବ, ସେ ନେଇ ନୂଆ ନିଷ୍ପତ୍ତି ନିଆଯିବ । ଏହି ସହାୟତା ଭାରତ ଓ ନେପାଳ ମଧ୍ୟରେ ଥିବା ଦୀର୍ଘଦିନର କୂଟନୈତିକ ଓ ଶକ୍ତି ସହଯୋଗ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking