ନୂଆଦିଲ୍ଲୀ: ୟୁକ୍ରେନ ଟ୍ରେନ୍ ଉପରେ ରୁଷିଆ ଆକ୍ରମଣ । ପୋଲାଣ୍ଡ ସୀମା ନିକଟରେ ଏକ ୟୁକ୍ରେନୀୟ ଯାତ୍ରୀ ଟ୍ରେନ୍କୁ ରୁଷିଆର ଏକ ଡ୍ରୋନ୍ ଆକ୍ରମଣ କରିଛି । ଏହି ଟ୍ରେନ୍ ପୂର୍ବତନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ଅନ୍ୟ ୟୁରୋପୀୟ ରାଜନୀତିଜ୍ଞମାନେ ଯାଉଥିବା ଟ୍ରେନ୍ଠାରୁ କିଛି ମିନିଟ୍ ପରେ ସେହି ସମାନ ପଥରେ ଯାଉଥିଲା ।ୟୁକ୍ରେନର ରେଳ ପରିଚାଳନା ସଂସ୍ଥା ଉକ୍ରଜାଲିଜନିତସିଆ ଅନୁସାରେ ଯାତ୍ରୀ ଟ୍ରେନ୍ଟି ପୋଲାଣ୍ଡ ସୀମାଠାରୁ ପ୍ରାୟ ୨ କିଲୋମିଟର୍ ଦୂରରେ ଆକ୍ରାନ୍ତ ହୋଇଛି । କୌଣସି ଜୀବନହାନି ହୋଇନାହିଁ । ଏହି ପଥ କୀଭ ଓ ୟୁରୋପ ମଧ୍ୟରେ ବିଦେଶୀ ପ୍ରତିନିଧିମଣ୍ଡଳଙ୍କ ଯାତାୟାତ ପାଇଁ ବହୁଳ ବ୍ୟବହୃତ । କୀଭ୍ରେ ଏକ ସମ୍ମିଳନୀରେ ଯୋଗ ଦେଇ ବୋରିସ୍ ଜନସନ୍ ଓ ଅନ୍ୟ ୟୁରୋପୀୟ ନେତାମାନେ ସେହି ରେଳପଥରେ ଯାଉଥିଲେ । ରୁଷିଆର କ୍ରମାଗତ ଆକ୍ରମଣ ଭୟରେ ରେଳ ସମୟସୂଚୀ ବାସ୍ତବ ସମୟରେ ପରିବର୍ତ୍ତନ କରାଯାଇଥିବାରୁ ୟୁରୋପିଓ ନେତା ଯାଉଥିବା ଟ୍ରେନଟି ନିର୍ଦ୍ଧାରିତ ସମୟଠାରୁ ଆଗରୁ ପ୍ରସ୍ଥାନ କରିଥିଲା । ଏହି ଟ୍ରେନ ସମ୍ଭବତ ରୁଷିଆର ଡ୍ରୋନ୍ର ଲକ୍ଷ୍ୟ ଥିଲା ।










