30.1 C
Bhubaneswar
Monday, September 14, 2026
Homeଓଡିଶାବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ବନ୍ଦ ଘରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ବାପାଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୂସୂଦନ ପାଲିରେ ଏହି ଅଘଟଣ ଘଟିଥିଲା । ମୃତକ ହେଲେ ଜିତେନ୍ଦ୍ର ସାହା । ପାଖ ଘରେ ଶୋଇଥିବା ପୁଅ ରୋହିତ ସାହା ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ପ୍ଲାଣ୍ଟସାଇଟ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି । ଘରେ କେମିତି ନିଆଁ ଲାଗିଲା ଜଣାପଡିନି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking