ଭୁବନେଶ୍ୱର: ଆଜିଠୁ ପାଗରେ ପରିବର୍ତ୍ତନ । କାଁଭାଁ କୌଣସି ଜାଗାରେ ବର୍ଷା ହେବାର ଦେଖାଯିବ । ନଚେତ ଅଧିକାଂଶ ଜାଗାରେ ପାଗ ଶୁଖିଲା ରହିବ । ଉତ୍ତର ଏବଂ ଦକ୍ଷିଣରେ କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳର ଜଳବନ୍ଦୀ ହୋଇଥିଲା । ତେବେ ଶନିବାର ବିଭିନ୍ନ ଜଳବନ୍ଦୀ ଜାଗାରୁ ପାଣି ଛିଡିଛି । ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୪୨ ମିମି ବର୍ଷା ହୋଇଛି । ନୂଆପଡାରେ ୭୯ ମିମି ବର୍ଷା ହୋଇଛି । ଶନିବାର ଏଠାରେ ୨୦ ମିମି ବର୍ଷା ରେକର୍ଡ ହୋଇଛି । ତେବେ ରବିବାର ଠାରୁ ରାଜ୍ୟରେ ବର୍ଷା କମିପାରେ । ଉତ୍ତର ଓଡିଶା ଓ ଉପକୂଳ ଓଡିଶାର ଅଲ୍ପ କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୧୪ ତାରିଖରେ ମୟୁରଭଞ୍ଜ, ରାୟଗଡା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ।










