ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରାକୁ ନେଇ ସଂସ୍କୃତି ମନ୍ତ୍ରୀଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଲିଯାତ୍ରା ପରିଚାଳନା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି। ବାଲିଯାତ୍ରା ପାଇଁ ଆବଶ୍ୟକ କାର୍ଯ୍ୟାନ୍ବୟନ ଉପରେ ନିରନ୍ତର ଧ୍ୟାନ ଦେବେ ଏହି କମିଟି । ଗତବର୍ଷ ଯାହା ସବୁ ଚ୍ୟାଲେଞ୍ଜ ରହିଥିଲା ତାକୁ କିଭଳି ପୂରଣ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବ ଭଳି ଏଥର ବି ସଂସ୍କୃତି ବିଭାଗ ପକ୍ଷରୁ ସହଯୋଗ ରହିବ ।୧୫ଟି ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ଭିତ୍ତିଭୂମି ସଜଡ଼ାଯିବ । ବାଲିଯାତ୍ରା ସହ ନୂଆପିଢିଙ୍କୁ ଜଡିତ କରି ରଖିବା ପାଇଁ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି । ସୁରକ୍ଷା, ରାସ୍ତା ପ୍ରଶସ୍ତୀକରଣ, ପାର୍କିଂ, ବିଦ୍ୟୁତ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏଥର ବାଲିଯାତ୍ରା ବଜେଟ ବୃଦ୍ଧି ପାଇଁ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ଭୁବନେଶ୍ୱର ବାଲିଯାତ୍ରା କମିଟିର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଇଷ୍ଟ ଜୋନ କଲଚରାଲ କାଉନସିଲ ଜରିଆରେ ରାଜ୍ୟ ବାହାରର ସାଂସ୍କୃତିକ ଅନୁଷ୍ଠାନକୁ ଏଥିରେ ସାମିଲ କରିବାକୁ ଯୋଜନା ରହିଛି ।










