30.1 C
Bhubaneswar
Saturday, September 12, 2026
Homeଓଡିଶାଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଆନନ୍ଦପୁର: ମାନସିକ ଚାପରେ ଅତିଷ୍ଠ ହୋଇ ଆତ୍ମାହୁତି ନିମନ୍ତେ କାର୍ଯ୍ୟାଳୟର ୩ ତାଲା ଉପରକୁ ଚଢିଲେ ଅଗ୍ନିଶମ କର୍ମଚାରୀ। ଆନନ୍ଦପୁର ଉପଖଣ୍ଡ ଶାଳପଡା ଅଗ୍ନିଶମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କାର୍ଯ୍ୟାଳୟର କର୍ମଚାରୀ ହେମାନନ୍ଦ ଦେହୁରୀ ଅଫିସରଙ୍କ ନିର୍ଯାତନା ଯୋଗୁ କାର୍ଯ୍ୟାଳୟ ଛାତ ଉପରେ ଚଢି ଆତ୍ମାହୁତି ନିମନ୍ତେ ପ୍ରୟାସ କରୁଥିବା ବେଳେ ଅନ୍ୟ କର୍ମଚାରୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।ପ୍ରତ୍ୟେକ ସମୟରେ ଅଫିସର ସୂର୍ଯ୍ୟ ହେମ୍ବ୍ରମ ମାନସିକ ଚାପ ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ କର୍ମଚାରୀ ପ୍ରତିକ୍ରିୟା ରଖିଛନ୍ତି ଯେ ଯଦି କୌଣସି ପଦକ୍ଷେପ ନ ନିଆ ଯାଏ ତେବେ ସେ ଚରମ ନିଷ୍ପତ୍ତି ଗ୍ରହଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking