30.1 C
Bhubaneswar
Saturday, September 12, 2026
Homeଓଡିଶାଲଗାଣ ବର୍ଷାରେ ବେହାଲ ମାଲକାନଗିରି: ଆଜି ସମସ୍ତ ସ୍କୁଲକୁ ଛୁଟି

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ଆଜି ସମସ୍ତ ସ୍କୁଲକୁ ଛୁଟି

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତ ଗୁରୁବାରଠୁ ଜିଲ୍ଲାରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫୁଲୁଛି ନଦୀଜଳ, ଜାତୀୟ ରାଜପଥ ୩୨୬ ର କାଙ୍କରକୁଣ୍ଡା ଏବଂ ପୋଟେରୁ ପୋଲ ଉପରେ ଚାଲିଛି ବନ୍ୟାଜଳ । ଫଳରେ ଆର୍ପ୍‌ଦେଶ, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ପ୍ରବାବିତ ହୋଇଛି । ଆଜି ପାଇଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେଣୁ ଆଗକୁ ବର୍ଷା ଆହୁରି ବଢିଲେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଆଜି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସବୁ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ରହିଛି । ଶୁଖିଲା ଖାଦ୍ୟ ମହଜୁଦ ଥିବା କହିଛନ୍ତି ଜିଲ୍ଲାପାଳ । ଏବେ ସ୍ଥାନାନ୍ତର ପରିସ୍ଥିତି ସୃଷ୍ଟି ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking