କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ଚର୍ଚ୍ଚିତ ପଞ୍ଚାୟତ ତିଖିରିରେ ଆଜି ବୁଲିଲା ବୁଲଡୋଜର l ତିଖିରି ଗାଁକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି l ଜବରଦଖଲ ଉଚ୍ଛେଦ ପାଇଁ ଗାଁର ୧୨୪ ଜଣଙ୍କୁ ହୋଇଛି ନୋଟିସ୍ କରିଛି ପ୍ରଶାସନ l ପ୍ରଶାସନର ନୋଟିସ୍ ପରେ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଥିଲା lଉଚ୍ଛେଦ ସମୟରେ ମହାକାଳପଡ଼ା ଅତିରିକ୍ତ ତହସିଲଦାର, ମାର୍ଶାଘାଇ ପୋଲିସ ଉପସ୍ଥିତ ଥିଲେ lଜବରଦଖଲ ଉଚ୍ଛେଦକୁ ନେଇ ୫ ମାସ ପୂର୍ବେ ତିଖିରି ଗାଁରେ ଏକ ବିବାଦ ହୋଇଥିଲା l ଗତ ମେ’ ମାସ ୨୨ ତାରିଖରେ ତିଖିରି ଗାଁରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦୋକାନ ଘର ଉଚ୍ଛେଦ ବେଳେ ସରପଞ୍ଚ ଚାମେଲି ଓଝା ଏହାର ପ୍ରତିବାଦ କରିଥିଲେ l ଉଚ୍ଛେଦ ପାଇଁ ଆସିଥିବା ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କୁ ଚାମେଲି ବିରୋଧ କରିବାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା l ଏଇ ବିବାଦରୁ ଚାମେଲି ଓଝା ଲୋକଲୋଚନକୁ ଆସିଥିଲେ l ତିଖିରି ଗାଁରେ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ସପ୍ତାହ ବ୍ୟାପୀ ଚାଲିବ l ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି l










