29.1 C
Bhubaneswar
Friday, September 11, 2026
Homeଓଡିଶାସମ ନର୍ସିଂ କଲେଜ-୨ରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ–୨୦୨୬ ପାଳିତ

ସମ ନର୍ସିଂ କଲେଜ-୨ରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ–୨୦୨୬ ପାଳିତ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଫ୍ୟାକଲ୍ଟି ଅଫ୍ ନର୍ସିଙ୍ଗ, ସମ୍ ନର୍ସିଙ୍ଗ କଲେଜ କ୍ୟାମ୍ପସ –୨, ଫୁଲନଖରା ପକ୍ଷରୁ ଗୁରୁବାର ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ–୨୦୨୬ ଉପଲକ୍ଷେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥିବୃନ୍ଦ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତ୍ମହତ୍ୟା ନିରୋଧ ସଂପର୍କରେ ସଚେତନତା ସୃଷ୍ଟି କରିବା, ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ ସହାୟତା ନେବା ପାଇଁ ପ୍ରେରଣା ଦେବା।ଏହି ସଚେତନତା କାର୍ଯ୍ୟକ୍ରମର ପ୍ରସଙ୍ଗ “ଆତ୍ମହତ୍ୟା ସଂପର୍କିତ ଧାରଣାରେ ପରିବର୍ତନ, ଆହ୍ୱାନ: ଆଲୋଚନା ଆରମ୍ଭ କରନ୍ତୁ” ବାର୍ତା ମାଧ୍ୟମରେ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା, ବୁଝିବା ଏବଂ ସହାନୁଭୂତି ସହ ସହାୟତା କରିବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ସମ୍ ନର୍ସିଙ୍ଗ କଲେଜ କ୍ୟାମ୍ପସ–୨ ର ଡିନ୍ ପ୍ରଫେସର ଡ଼ାକ୍ତର ଅନୁରାଧା ପଣ୍ଡା କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥି ଭାବେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ତଥା ସାଇକିଆଟ୍ରିକ୍ ସୋସିଆଲ୍ ୱର୍କର ଶ୍ରୀମତି ଶୁଭାସିନୀ ମହାନ୍ତି ଯୋଗ ଦେଇଥିଲେ। ସେ ଆତ୍ମହତ୍ୟା ନିରୋଧ, ମାନସିକ ସ୍ୱାସ୍ଥ୍ୟର ଯତ୍ନ, ମାନସିକ ଚାପର ପରିଚାଳନା ଏବଂ ସମୟୋଚିତ ମାନସିକ ସହାୟତାର ଗୁରୁତ୍ୱ ସଂପର୍କରେ ମୂଲ୍ୟବାନ ଓ ପ୍ରେରଣାଦାୟକ ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା, ସହାନୁଭୂତି, ଆଶା ଏବଂ ଜୀବନର ମୂଲ୍ୟ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ସମସ୍ତଙ୍କ ନିକଟରେ ପହଂଚା ଯାଇଥିଲା। ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହ ମଧ୍ୟରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking