29.1 C
Bhubaneswar
Wednesday, September 9, 2026
Homeଓଡିଶାଲୋକଭବନ ଆଗରେ ପୁଲିସ-ବିଜେଡି କର୍ମୀ ମୁହାଁମୁହିଁ

ଲୋକଭବନ ଆଗରେ ପୁଲିସ-ବିଜେଡି କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ କରାଯାଇଛି । ଲୋକଭବନ ସମ୍ମୁଖରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ।ସୂଚନା ଅନୁଯାୟୀ, ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏମ୍‌ଏମ୍‌ଡିଆର୍ ଆଇନ ପ୍ରତ୍ୟାହାର ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଲୋକଭବନ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୁଲିସ ପକ୍ଷରୁ କର୍ମୀମାନଙ୍କୁ ଅଟକାଯାଇଥିଲା। ଏହାକୁ ନେଇ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

ରାଜଧାନୀରେ ଆୟୋଜିତ ଏହି ପ୍ରତିବାଦରେ ବିଜେଡିର ଶତାଧିକ କର୍ମୀ, ବରିଷ୍ଠ ନେତା ଓ ବିଧାୟକମାନେ ସାମିଲ ହୋଇଥିଲେ । ଦଳ ପକ୍ଷରୁ ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନକୁ “କଳା ଆଇନ” ବୋଲି ଅଭିହିତ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ବିଜେଡି ନେତାମାନେ କହିଛନ୍ତି ଯେ, ରାଜ୍ୟର ଖଣିଜ ସମ୍ପଦ ଓ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ।ପୁଲିସ ବ୍ୟାରିକେଡ୍ ଭାଙ୍ଗି ଲୋକଭବନକୁ ଅଗ୍ରସର ହେବାକୁ ବିକ୍ଷୋଭକାରୀ ଉଦ୍ୟମ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହା ପରେ ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ବିଜେଡିର ଏକ ପ୍ରତିନିଧି ଦଳକୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ମିଳିଥିଲା । ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏମ୍‌ଏମ୍‌ଡିଆର୍ ଆଇନକୁ ପୁନଃବିଚାର କରି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking