31.1 C
Bhubaneswar
Friday, September 4, 2026
Homeଓଡିଶାକଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ

କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ

କଟକ: କଟକର ପୂର୍ବତନ ମେୟର ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୋମେନ୍ଦ୍ର ଘୋଷଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ବିଜେଡିରୁ କଟକ ସହରର ଦ୍ଵିତୀୟ ମେୟର ଭାବେ ନିର୍ବାଚିତ ହୋଇ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଅକାଳ ବିୟୋଗରେ କଟକର ରାଜନୈତିକ ଓ ସାମାଜିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଅସୁସ୍ଥ କାରଣରୁ  ୫ ଦିନ ହେବ ସେ ବଡ ମେଡିକାଲ ରେ ଭର୍ତି ହୋଇଥିଲ । ଆଜି ଭୋରରୁ  ମୃତ୍ୟୁ ବରଣ କରିଛନ୍ତି । ସୋମେନ୍ଦ୍ର ଘୋଷ କେବଳ କଟକର ମେୟର ନଥିଲେ। ସେ ଜଣେ ସୁନାମଧନ୍ୟ ଓକିଲ ଥିଲେ। ସୋମେନ୍ଦ୍ର ଘୋଷ ମେୟର ଥିବା ସମୟରେ କଟକ ରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ଆଜି ତାଙ୍କ ର ଦେହାନ୍ତ ପରେ ପୁରା କଟକ ତାଙ୍କୁ ଝୁରୁଛି। ଦିନ ୧୧ଟା ପରେ କଟକ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking