31.1 C
Bhubaneswar
Tuesday, September 1, 2026
Homeଓଡିଶାସମ୍ପର୍କୀୟ ଶଳାର ମାଡ଼ରେ ଭିଣେଇ ମୃତ

ସମ୍ପର୍କୀୟ ଶଳାର ମାଡ଼ରେ ଭିଣେଇ ମୃତ

ଗଡ଼ପୋଷ: ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁରଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ବାଡ଼ି ମଗାକୁ ନେଇ ଉଭୟ ସମ୍ପର୍କୀୟ ଶଳାଓ ଭିଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସମ୍ପର୍କୀୟ ଶଳାକୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୁଲିସ ଅଧିକ ତଦନ୍ତ କରୁଛି। ମୃତକ ଭିଣେଇ ହେଲେ ଚାରଲେସ ଲୁଗୁନ (୫୮)। ହତ୍ୟା ପରେ ମୃତକଙ୍କ ପରିବାର ପକ୍ଷରୁ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଗୋବିନ୍ଦପୁର ଆଇଆଇସି ପଦ୍ମାଳୟା ସାହୁ ଅନ୍ୟ କର୍ମଚାରୀଙ୍କ ସହ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। ସାଇଣ୍ଟିଫିକ୍ ଦଳ ପହଞ୍ଚି ଅଧିକ ନମୁନା ସଂଗ୍ରହ କଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ମେଡିକାଲକୁ ସ୍ଥାନାନ୍ତର କରା ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking