29.1 C
Bhubaneswar
Monday, August 31, 2026
Homeଓଡିଶାକଂଗ୍ରେସରୁ ଇସ୍ତଫା ଦିଅନ୍ତୁ ସୋଫିଆ: ଭକ୍ତ

କଂଗ୍ରେସରୁ ଇସ୍ତଫା ଦିଅନ୍ତୁ ସୋଫିଆ: ଭକ୍ତ

ଭୁବନେଶ୍ୱର : ଓଡିଶା ଜନତା କଂଗ୍ରେସରୁ (OJC)ରୁ ସୋଫିଆ ନିର୍ବାଚନ ଲଢିବା ପ୍ରସଙ୍ଗ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ କଟାକ୍ଷ।ଭକ୍ତ କହିଛନ୍ତି ଯେ, ସୋଫିଆ ଯଦି ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଦିଅନ୍ତୁ । ଜଣେ ଗୋଟିଏ ଦଳରେ ରହି ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳରେ ନିର୍ବାଚନ ଲଢିବା କଥା କହିବା ଉଚିତ୍ ନୁହେଁ। ତେଣୁ ନୈତିକତା ଦୃଷ୍ଟିକୋଣରୁ ସୋଫିଆ ଯଦି କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରି ସାରିଛନ୍ତି ତାହେଲେ ଅନ୍ୟ ଦଳକୁ ଚାଲିଯିବା ଉଚିତ୍ ।

ସୂଚନାନୁଯାୟୀ, ବାରବାଟୀ-କଟକର ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଆଉ ଜାତୀୟ କଂଗ୍ରେସ ଟିକେଟରୁ ଲଢ଼ିବେ ନାହିଁ । ବରଂ ସେ ତାଙ୍କ ପିତା ମହମ୍ମଦ ମୋକିମଙ୍କ ନେତୃତ୍ୱାଧୀନ ନୂତନ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ଟିକେଟରୁ ମଇଦାନକୁ ଓହ୍ଲାଇବେ । ଖୋଦ୍ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏହି ବଡ଼ ଘୋଷଣା କରିଛନ୍ତି । ତାଙ୍କ ଘୋଷଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ ସୃଷ୍ଟି ହୋଇଛି । ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking