29.1 C
Bhubaneswar
Monday, August 31, 2026
Homeଦେଶ ବିଦେଶସ୍ଲିପର ବସ ଭିତରେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ !

ସ୍ଲିପର ବସ ଭିତରେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜା । କାଶ୍ମୀର ଗେଟ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ ଭିତରେ ୧୬ ବର୍ଷର ଜଣେ ନାବାଳିକାଙ୍କୁ ସମୂହ ଦୁଷ୍କର୍ମ କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଦିଲ୍ଲୀ ପୋଲିସ ତତ୍ପରତା ପ୍ରକାଶ କରି ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ କାବୁ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଜଘନ୍ୟ କାଣ୍ଡ ଗତ ଅଗଷ୍ଟ ୪ ତାରିଖ ରାତିରେ ଘଟିଛି । ପୀଡିତା ଜଣକ ଉତ୍ତରପ୍ରଦେଶ ର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ସେ ୧୧ଶ ଶ୍ରେଣୀରେ ପାଠ ପଢନ୍ତି । ପରିବାର ଲୋକଙ୍କ ସହ ମନମାଳିନ୍ୟ ହେବାରୁ ସେ କାହାକୁ ନ ଜଣାଇ ଘରୁ ବାହାରି ପଡିଥିଲେ । ଏବଂ ନୋଏଡାରେ ରହୁଥିବା ନିଜ ଚଚ୍ଚା ଭାଇଙ୍କ ପାଖକୁ ଯାଉଥିଲେ । କିନ୍ତୁ ସେହିଦିନ ପ୍ରବଳ ବର୍ଷା ଏବଂ ଅନ୍ଧାର ଯୋଗୁଁ ଛାତ୍ରୀ ଜଣକ ଭୁଲ ବଶତଃ ପରୀ ଚୌକରେ ଓହ୍ଲାଇ ପଡିଥିଲେ । ଠିକ ସମୟରେ ସେଠାରୁ ଏକ ଖାଲି ସ୍ଲିପର ବସ ଯାଉଥିଲା ।

ଛାତ୍ରୀଜଣକ ବସ୍‌କୁ ଅଟକାଇବାରୁ ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ନୋଏଡା ସେକ୍ଟର-୬୩ ଛାଡ଼ିଦେବା କଥା କହି ବସ୍‌ ଭିତରକୁ ଡାକି ନେଇଥିଲେ। ବସ୍‌ଟି ଆଗକୁ ବଢ଼ିବାକ୍ଷଣି କଣ୍ଡକ୍ଟର ପୀଡ଼ିତାଙ୍କ ସହ ଅଶ୍ଳୀଳ ଆଚରଣ ଆରମ୍ଭ କରିଦେଇଥିଲା। ଏହାପରେ ଡ୍ରାଇଭର କୁଲଦୀପ ଏବଂ କଣ୍ଡକ୍ଟର ସନ୍ଦୀପ ମିଶି ନାବାଳିକାଙ୍କୁ ପାଶବିକ ଅତ୍ୟାଚାର କରିଥିଲେ। ପୀଡ଼ିତା ଜଣକ ବିରୋଧ କରିବାରୁ ଅଭିଯୋଗୀମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଭୟଭୀତ ଓ ଧମକ ମଧ୍ୟ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ପରୀ ଚୌକରୁ କାଶ୍ମୀରୀ ଗେଟ୍ ପର୍ଯ୍ୟନ୍ତ ବସ୍‌ଟି ପ୍ରାୟ ୪୭ କିଲୋମିଟର ପଥ ଅତିକ୍ରମ କରିଥିଲା। ବସ୍‌ଟି ସ୍ଲିପର୍ ହୋଇଥିବାରୁ ଏବଂ ସେଥିରେ ପରଦା ଲାଗିଥିବାରୁ ରାସ୍ତାରେ ଯାଉଥିବା କୌଣସି ଲୋକ କିମ୍ବା ପୋଲିସ ବସ୍ ଭିତରେ ଚାଲିଥିବା ଏହି ନୃଶଂସ କାଣ୍ଡକୁ ଦେଖିପାରି ନଥିଲେ। ରାତି ଗଭୀର ହେବା ପରେ ଅଭିଯୋଗୀମାନେ ପୀଡ଼ିତାଙ୍କୁ କାଶ୍ମୀରୀ ଗେଟ୍ ବସ୍ ଆଡ୍ଡା ନିକଟ ରିଂ ରୋଡ଼ରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। କୌଣସିମତେ ନିଜର ପ୍ରାଣ ବଞ୍ଚାଇ ଭୟଭୀତ ଅବସ୍ଥାରେ ଥିବା ଛାତ୍ରୀଜଣକ ସିଧାସଳଖ କାଶ୍ମୀରୀ ଗେଟ୍ ପୋଲିସ ଷ୍ଟେସନରେ ପହଞ୍ଚି ସମସ୍ତ ସତ ପଦାକୁ ଆଣିଥିଲେ।ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ତିମାରପୁରର ଏକ ବସ୍ ପାର୍କିଂରୁ ଉଭୟ ରାକ୍ଷସରୂପୀ ଡ୍ରାଇଭର କୁଲଦୀପ ଏବଂ କଣ୍ଡକ୍ଟର ସନ୍ଦୀପଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking