ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜିଙ୍କ ପରଲୋକ। ଆଇପିଏସ ସଫିନ ଅହମ୍ମଦଙ୍କ ଦେହାନ୍ତ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାଇବର କ୍ରାଇମ ଏବଂ କ୍ରିମିନାଲ ଇନଭେଷ୍ଟିଗେସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପଦକ ଓ ସମ୍ମାନ ଲାଭ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ଓଡ଼ିଶା ପୋଲିସ ବିଭାଗ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।










