ପୁରୀ: ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା । ମୁଖ୍ୟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଶିଶୁକୁ ପୁରୀ ଜିଲ୍ଲା ଶିଶୁ କଲ୍ୟାଣ କେନ୍ଦ୍ରକୁ ହସ୍ତାନ୍ତର । ପୁରୀ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ସାମନା ମୁଖ୍ୟ ରାସ୍ତା କଡ଼ରେ ଏକ ଡ଼ିମିରି ବୁଦା ମୂଳରେ କୁଆଁ କୁଆଁ କାନ୍ଦୁଥିବା ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ କାଲି କାକଟପୁର ଅଞ୍ଚଳର ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳା ଶିଶୁ କନ୍ୟା ପ୍ରସବ କରିଥିଲେ । ଆଜି ସନ୍ଧ୍ୟାରେ ଉକ୍ତ ମହିଳା ନବ ଜାତ ଶିଶୁକୁ ଧରି ଫେରାର ହୋଇଯାଇଥିଲା ।ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଥିବା ମୁଖ୍ୟ ରାସ୍ତା କଡରେ ଏକ ଡ଼ିମିରି ବୁଦା ମୂଳରେ ନବଜାତ ଶିଶୁ କନ୍ୟା ଟିକୁ ଛାଡି ଫେରାର ହୋଇ ଯାଇଥିଲା । ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ଶିଶୁଟିର କାନ୍ଦଣା ଶବ୍ଦ ଶୁଣି ଉଦ୍ଧାର କରିବା ସହିତ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ନବଜାତକଟିଜୁ ଡାକ୍ତର ଶିଶୁ ବିଭାଗ ୱାର୍ଡରେ ରଖିଥିବା ବେଳେ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।










